ବିହାରର ନୂତନ ରାଜ୍ୟପାଳ ଭାବେ ଲାଲଜୀ ଟଣ୍ଡନ ଦାୟିତ୍ୱ ନେବା ପରେ ବିହାରର ବିଭିନ୍ନ ବିଶ୍ୱବିଦ୍ୟାଳୟ ପାଇଁ ନୂଆ ନୀତି ଘୋଷଣା କରିଛନ୍ତି। ବିଶ୍ୱବିଦ୍ୟାଳୟର କୁଳାଧିପତି ଭାବେ ବିଶ୍ୱବିଦ୍ୟାଳୟର ଶୈକ୍ଷିକ ବାତାବରଣ ସହିତ ଏହାର ବିକାଶ ନେଇ ରାଜ୍ୟପାଳଙ୍କର ପ୍ରମୁଖ ଭୁମିକା ରହିଛି। ଏ ପରିପ୍ରେକ୍ଷୀରେ ବିହାରର ନବ ନିଯୁକ୍ତ ରାଜ୍ୟପାଳ ଲାଲଜୀ ଟଣ୍ଡନ ବିହାରର ସମସ୍ତ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଚିଠି ଲେଖି ସମାବର୍ତ୍ତନ ଉତ୍ସବ ସମୟରେ ଛାତ୍ରଛାତ୍ରୀମାନଙ୍କ ପାଇଁ ନୂଆ ଡ୍ରେସ୍ କୋଡ୍ ନେଇ ନିର୍ଦ୍ଦେଶନାମା ଜାରି କରିଛନ୍ତି ।
ରାଜ୍ୟପାଳ ଲାଲଜୀ ଟଣ୍ଡନ ନିୟମିତ ଭାବେ ସମସ୍ତ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବ ଆୟୋଜନ ପାଇଁ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଆଉ ଏହି ସମାବର୍ତ୍ତନ ଉତ୍ସବରେ ଛାତ୍ରଛାତ୍ରୀମାନଙ୍କୁ ପାରମ୍ପରିକ ପୋଷାକ ପରିଧାନ ଉପରେ ଗୁରୁତ୍ୱ ଦେଇଛନ୍ତି ରାଜ୍ୟପାଳ ଲାଲଜୀ ଟଣ୍ଡନ।
ଛାତ୍ରମାନଙ୍କ ପାଇଁ ଧୋତି-କୁର୍ତ୍ତା ଓ ଏବଂ ଛାତ୍ରୀମାନଙ୍କ ପାଇଁ ସଲୱାର-କୁର୍ତ୍ତୀ ପିନ୍ଧିବା ପାଇଁ ଡ୍ରେସ୍ କୋର୍ଡ କରାଯାଇଛି । କେବଳ ସେତିକି ନୁହେଁ, ସମାବର୍ତ୍ତନ ଉତ୍ସବରେ ଯୋଗ ଦେଉଥିବା ସମସ୍ତ ସମ୍ମାନନୀୟ ଅତିଥି, ବ୍ୟକ୍ତିମାନଙ୍କୁ ମାଲବୀୟ ପଗଡ଼ି ପିନ୍ଧିବାକୁ ପଡ଼ିବ ବୋଲି ରାଜ୍ୟପାଳ ନୂତନ ନିର୍ଦ୍ଦେଶନାମା ଦେଇ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଜଣାଇଛନ୍ତି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/09/students-at-iim-rohtak-convocation_650x400_61521987434.jpg)
/kanak/media/post_attachments/wp-content/uploads/2018/09/1200-501295214-graduate-student-300x200.jpg)
/kanak/media/post_attachments/wp-content/uploads/2018/09/dhoti-kurta-copy-526x430-300x245.jpg)