ସ୍କୁଲ ଦିଦିଙ୍କ ପାଇଁ ନୂଆ ଡ଼୍ରେସକୋର୍ଡ଼ ! ପିନ୍ଧିବେ ହସ୍ତତନ୍ତର ଶାଢ଼ୀ

43

କନକ ବ୍ୟୁରୋ : ଏଣିକି ସ୍କୁଲ ଦିଦି ପିନ୍ଧିବେ ବୟନିକା ଶାଢୀ । ଚଳିତ ଶିକ୍ଷା ବର୍ଷ ଠାରୁ ଏହାକୁ ଲାଗୁ କରାଯିବ । ପ୍ରଥମ ପର୍ଯ୍ୟାୟରେ ପ୍ରଥମରୁ ୧୦ମ ଶ୍ରେଣୀ ଶିକ୍ଷୟିତ୍ରୀଙ୍କ ପାଇଁ ଡ୍ରେସକୋଡ୍ ଲାଗୁ କରାଯିବ । ଶାଢୀର ରଙ୍ଗ ସମାନ ରହିବ କିନ୍ତୁ ଏହାକୁ ବୟନିକା କପଡାରେ ପ୍ରସ୍ତୁତ କରାଯିବ । ଏନେଇ ସୂଚନା ଦେଇଛନ୍ତି ହସ୍ତତନ୍ତ ଓ ବୟନ ଶିଳ୍ପମନ୍ତ୍ରୀ ସ୍ନେହାଙ୍ଗିନୀ ଛୁରିଆ । ପରବର୍ତି ପର୍ଯ୍ୟାୟରେ ସ୍କୁଲର ଛାତ୍ରଛାତ୍ରୀଙ୍କ ପାଇଁ ବୟନିକା କପଡାରେ ଡ୍ରେସକୋଡ ପ୍ରସ୍ତୁତ କରାଯିବ । ବିଶେଷ କରି ହସ୍ତତନ୍ତ ଶିଳ୍ପର ବିକାଶ ସହ ଓଡିଶା ସଂସ୍କୃତିର ପ୍ରଚାର ପ୍ରସାର ପାଇଁ ସରକାର ଚିିନ୍ତା କରୁଛନ୍ତି ।

ପ୍ରାଥମିକ ପର୍ଯ୍ୟାୟରେ ବୟନିକା ମାଧ୍ୟମରେ ସ୍କୁଲ ଦିଦି ମାନଙ୍କୁ ହସ୍ତତନ୍ତ୍ର ଶାଢ଼ୀ ଦିଆଯିବ । ଏନେଇ ବୟନ ଶିଳ୍ପ ବିଭାଗ ସହ ସ୍କୁଲ ଓ ଗଣଶିକ୍ଷା ବିଭାଗ ଓ ଉଚ୍ଚଶିକ୍ଷା ବିଭାଗର ଏକ ବୈଠକ ହୋଇଛି । ଏହାଛଡ଼ା ଶାଢ଼ୀ ଗୁଡ଼ିକରେ କେତେ ଟଙ୍କା ରିହାତି ରହିବ, କେଉଁ ସେଣ୍ଟରେ ମିଳିବ ଓ କେଉଁ ଶାଢ଼ୀର ଦର କେତେ ରହିବ ସେନେଇ ଏକ ଚାର୍ଟ ପ୍ରସ୍ତୁତ କରାଯିବ ବୋଲି ସୁଚନା ମିଳିଛି । ବୟନଶିଲ୍ପକୁ ପୋତ୍ସାହନ ଦେବା ପାଇଁ ସରକାର ଏଭଳି ନିଷ୍ପତି ନେଇଛନ୍ତି । ଏହାଦ୍ୱାରା ହଜାର ହଜାର ହସ୍ତତନ୍ତ ବୁଣାକାର ମାନେ ଆର୍ଥିକ ରୂପେ ସ୍ୱଚ୍ଛଳ ହେବେ ।