କନକ ବ୍ୟୁରୋ: ଡିଏମଇଟି ଡାକ୍ତର ସିବିକେ ମହାନ୍ତିଙ୍କ ସ୍ଥାନ ନେବେ ପ୍ରଫେସର ଡାକ୍ତର ରମାରମଣ ମହାନ୍ତି । ଆସନ୍ତା ୩୧ ତାରିଖରେ ଡାଇରେକ୍ଟର ଅଫ ମେଡିକାଲ ଏଜୁକେସନ୍ ଆଣ୍ଡ ଟ୍ରେନିଂର ନିର୍ଦ୍ଦେଶକ ଭାବେ ଡାକ୍ତର ସିବିକେ ମହାନ୍ତିଙ୍କ କାର୍ଯ୍ୟକାଳ ଶେଷ ହେଉଛି । ଏହାପରେ ଦାୟିତ୍ୱ ନେବେ ନୂଆ ଡିଏମଇଟିି । ବର୍ତମାନ ଡାକ୍ତର ରମାରମଣ ମହାନ୍ତିି ବାରିପଦାସ୍ଥିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲର ଡିନ୍ ଓ ଅଧ୍ୟକ୍ଷ ଭାବେ କାର୍ଯ୍ୟ କରୁଛନ୍ତି ।
କରୋନା କାଳରେ ଅଜଣା ମାହାମାରୀ ବାବଦରେ ସରକାରଙ୍କ ମାର୍ଗଦର୍ଶନ କରୁଥିଲେ ଡାକ୍ତର ସିବିକେ ମହାନ୍ତି । କୋଭିଡ ପରିଚାଳନା କ୍ଷେତ୍ରରେ ଦେଉଥିଲେ ଉପାଦେୟ ପରାମର୍ଶ । ଏପରିକି ଓଡିଶାବାସୀଙ୍କୁ ମହାମାରୀ ବାବଦରେ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେବାରେ ପ୍ରମୁଖ ଭୂମିକା ତୁଲାଇଛନ୍ତି । ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ତାଙ୍କର ଦୀର୍ଘ ଅନୁଭୂତିକୁ ଅଧାର କରି ସରକାର ମଧ୍ୟ କୋଭିଡ ମୁକାବିଲା ରଣନୀତି ପ୍ରସ୍ତୁତ କରିଛନ୍ତି । ସେଥିପାଇଁ ଗତ ୨୦୧୯ ନଭେମ୍ବରରେ ତାଙ୍କୁ ରାଜ୍ୟ ଡିଏମଇଟି ଭାରେ ରାଜ୍ୟ ସରକାର ନିଯୁକ୍ତି ଦେଇଥିଲେ ମଧ୍ୟ ବାରମ୍ବାର କାର୍ଯ୍ୟକାଳ ବୃଦ୍ଧି କରିଛନ୍ତି ।