ଆଇପିଏସ୍ ଅଫିସର ବୋଲି କହି ମହିଳାଙ୍କୁ ଠକିଥିବାରୁ ରବିବାର ଦିଲ୍ଲୀ ପୁଲିସ ଜଣେ ଯୁବକଙ୍କୁ ଗିରଫ କରିଛି । ଯୁବକଙ୍କ ନାଁ ରାଜ୍ ମଲହୋତ୍ରା ବୋଲି ଜଣା ପଡ଼ିଥିବା ବେଳେ ସେ ମହିଳାଙ୍କୁ ଚାକିରି ଦେବେ ବୋଲି କହି ତାଙ୍କୁ ଠକିଥିଲେ ।
ସୂଚନା ମୁତାବକ, ଅଭିଯୁକ୍ତ ରାଜ୍ ପୀଡ଼ିତାଙ୍କୁ ଜିମରେ ଦେଖା ହେବା ପରେ ନିଜେ ଜଣେ ଆଇପିଏସ୍ ଅଫିସର ବୋଲି କହି ପରିଚୟ ଦେଇଥିଲେ । ଉତ୍ତର ଦିଲ୍ଲୀରେ ମୁତୟନ ଥିବା କହି ପୀଡ଼ିତାଙ୍କୁ ଚାକିରି ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଏହା ସହ ପୀଡ଼ିତାଙ୍କୁ ବିଶ୍ୱାସ ଦେବା ପାଇଁ ସେ ନକଲି ଫେସବୁକ୍ ଆକାଉଣ୍ଟ ତିଆରି କରିବା ସହ ଆଇପିଏସ୍ ପୋଷାକ ପିନ୍ଧିଥିବା ଫଟୋ ରଖିଥିଲେ । ଯାହା ପାଇଁ ପୀଡ଼ିତା ରାଜଙ୍କ ଜାଲରେ ଫସି ଯାଇଥିଲେ । କିନ୍ତୁ ସବୁ ସତ ସାମ୍ନାକୁ ଆସିବା ପରେ ପୀଡ଼ିତା ପୁଲିସରେ ଅଭିଯୋଗ କରିଥିଲେ, ଯାହା ପରେ ତାଙ୍କୁ ଗିରଫ କରାଯାଇଛି । ଏହା ପ୍ରଥମ ନୁହେଁ, ଏହା ପୂର୍ବରୁ ୨୦୧୩ରେ ନିଜକୁ ସବ୍-ଇନସ୍ପେକ୍ଟର ବୋଲି କହି ରାଜ୍ ଗିରଫ ହୋଇ ତିହାର ଜେଲରେ ରହିଥିବା ସାମ୍ନାକୁ ଆସିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2019/03/IMG-20190317-WA0047.jpeg)
/kanak/media/post_attachments/wp-content/uploads/2019/03/750421-arrest-121417-300x169.jpg)