ଫାଶୀ ପାଇବା ଚିନ୍ତାରେ ଭୋକ ଭୁଲିଗଲେଣି ନିର୍ଭୟା ଅଭିଯୁକ୍ତ : ଜେଲରେ ଖାଇବା ପିଇବା କମାଇ ଦେଲେଣି ଚାରି ଦୁଷ୍କର୍ମକାରୀ , ମୃତ୍ୟୁଦଣ୍ଡ ଭୟରେ ଭୁଲିଗଲେଣି ଭୋକ ।

6,088

ତିହାର ଜେଲରେ ଅଛନ୍ତି ନିର୍ଭୟା ଗଣ ଦୁଷ୍କର୍ମ ଓ ହତ୍ୟା ଘଟଣାର ଚାରି ଜଣ ଅଭିଯୁକ୍ତ । ସେମାନେ ଏବେ ଅବସାଦରେ ଦିନ କାଟୁଛନ୍ତି । ଏପରିକି ଜେଲ କର୍ତ୍ତୃପକ୍ଷଙ୍କ କହିବାନୁଯାୟୀ, ଚାରି ଜଣ ଅଭିଯୁକ୍ତ ଖାଇବା ପିଇବା ବି କମାଇ ସାରିଲେଣି । ଦୋଷୀ ସାବ୍ୟସ୍ତ ହୋଇଥିବା ୪ ଜଣ ଅଭିଯୁକ୍ତ ହେଲେ ଅକ୍ଷୟ ଠାକୁର , ମୁକେଶ , ପବନ ଗୁପ୍ତା ଓ ବିନୟ ଶର୍ମା ।

ସୂଚନାନୁସାରେ, ଜେଲ କର୍ତ୍ତୃପକ୍ଷ ତିହାର ଜେଲରେ ଥିବା ଚାରି ଜଣ ଅଭିଯୁକ୍ତଙ୍କ ଉପରେ କଡା ନଜର ରଖିଛନ୍ତି । ଫାଶୀ ଖୁଣ୍ଟରେ ଝୁଲିବା ପୂର୍ବରୁ ସେମାନେ ଏବେ ଖାଇବା ପିଇବା ଛାଡି ଦେଇ ଶରୀରର ଯେମିତି କ୍ଷତି ନ କରନ୍ତି ସେ ନେଇ ଜେଲ କର୍ତ୍ତୃପକ୍ଷ କଡା ନଜର ରଖିଛନ୍ତି । ଜେଲରେ ପ୍ରତ୍ୟକ ଦିନ ଡାକ୍ତରଙ୍କ ଦ୍ୱାରା ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଉଛି । ଏବେ ଏହି ଚାରି ଜଣ ଅଭିଯୁକ୍ତଙ୍କ ସୁରକ୍ଷା ପାଇଁ ୪ ଜଣ ସ୍ପେଶାଲ ସୁରକ୍ଷା କର୍ମୀ ନିୟୋଜିତ କରାଯାଇଛି । ଜେଲର ନିୟମାବଳୀ ଅନୁଯାୟୀ, ଫାଶୀରେ ଝୁଲିବା ପାଇଁ ଅଭିଯୁକ୍ତଙ୍କ ଓଜନ ଓ ଉଚ୍ଚତା ମଧ୍ୟ ମହତ୍ୱ ରଖିଥାଏ । ଅଭିଯୁକ୍ତର ଓଜନ ଯଦି ୪୫ କିଲୋଗ୍ରାମ କିମ୍ବା ଏହା ଠାରୁ କମ୍ ହୁଏ ତାହାଲେ ତାକୁ ପ୍ଲେଟଫର୍ମରୁ ୨.୪ ମିଟର ତଳକୁ ଝୁଲାଇ ଦିଆଯାଏ । ସେହିଭଳି ଯଦି ଅଭିଯୁକ୍ତର ଓଜନ ୪୫ କିଲୋଗ୍ରାମରୁ ଅଧିକ କିମ୍ବା ୬୦ କିଲୋଗ୍ରାମରୁ ତଳକୁ ହୁଏ ତାହାଲେ ତାକୁ ୨.୨୯ କିଲୋଗ୍ରାମ ପର୍ଯ୍ୟନ୍ତ ଝୁଲାଇ ରଖାଯାଏ । ୭୫ କିଲୋଗ୍ରାମରୁ ୯୦ କିଲୋଗ୍ରାମ ମଧ୍ୟରେ ଅଭିଯୁକ୍ତଙ୍କ ଓଜନ ଭାର ରହିଲେ ତାକୁ ୧.୯୮ ମିଟର ସୀମା ରହିଥାଏ । ୯୦ ରୁ ଅଧିକ ରହିଲେ ସୀମାର ମାତ୍ରା ୧.୮୩ ରେ ରହିଥାଏ ।

ତେବେ ଏହି ୪ ଅଭିଯୁକ୍ତ ଫାଶୀ ଖୁଣ୍ଟରେ ଝୁଲିବା ନେଇ ନିର୍ଭୟାଙ୍କ ମାଆ ଦିଲ୍ଲୀର ପଟିଆଲା କୋର୍ଟରେ ଆବେଦନ କରିଥିଲେ । ଏହାପରେ ଶୁକ୍ରବାର ଭିଡିଓ କନଫରେନ୍ସିଂ ଜରିଆରେ ପଟିଆଲା କୋର୍ଟରେ ଦୋଷୀଙ୍କୁ ହାଜର କରାଯାଇଥିଲା । ଏହି ଚାରି ଜଣଙ୍କ ମଧ୍ୟରୁ ଅକ୍ଷୟ ସିଂହ ଠାକୁର ସୁପ୍ରିମକୋର୍ଟରେ ରାଜକ୍ଷମା ଆବେଦନ କରିଛି । ତେଣୁ ସୁପ୍ରିମକୋର୍ଟରେ ଶୁଣାଣି ପରେ ପଟିଆଲା କୋର୍ଟ ଶୁଣାଣି କରିବ ବୋଲି କହିଛନ୍ତି । ସୁପ୍ରିମକୋର୍ଟ ଅକ୍ଷୟର ଆବେଦନ ଉପରେ ୧୭ ତାରିଖରେ ଶୁଣାଣି କରିବେ । ଏହା ପରେ ୧୮ ରେ ପଟିଆଲା କୋର୍ଟ ଶୁଣାଣି କରିବ ।