କନକ ବ୍ୟୁରୋ : ମଝି ଆକାଶରେ ବିମାନରେ ଆତଙ୍କ । ଉଡ଼ନ୍ତା ବିମାନରେ ପକ୍ଷୀ ପିଟି ହେବାରୁ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଦିଲ୍ଲୀ ଯାଉଥିବା ବିମାନ ମଝିଆକାଶରୁ ଭୁବନେଶ୍ୱରକୁ ଫେରିଆସିଛି । ବିମାନରେ ପକ୍ଷୀ ପିଟି ହେବା ପରେ ବାମ ପାଶ୍ୱର୍ ଇଞ୍ଜିନରେ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିଲା । ଫଳରେ ପାଇଲଟ୍ ବିମାନକୁ ଭୁବନେଶ୍ୱର ବିମାନ ବନ୍ଦରରେ ଜରୁରି ଅବତରଣ କରାଇଛନ୍ତି । ଆଜି ସକାଳେ ଭୁବନେଶ୍ୱରରୁ ୧୮୦ ଜଣ ଯାତ୍ରୀ ଓ କ୍ରିଉ ମେମ୍ବରଙ୍କୁ ନେଇ ଦିଲ୍ଲୀ ବାହାରିଥିଲା ଇଣ୍ଡିଗୋ ବିମାନ ୬ଇ-୨୦୬୫ ।

Advertisment

ଉଡାଣର ୨୫ ମିନିଟ ପରେ ବିମାନରେ ଯାନ୍ତ୍ରିକ ତ୍ରୁଟି ଦେଖା ଦେଇଥିବା ଘୋଷଣା କରିଥିଲେ କ୍ୟାପଟେନ । ବିମାନର ବାମ ଇଞ୍ଜିନରେ ଯାନ୍ତ୍ରିକ ତ୍ରୁଟି ହୋଇଥିବା ସେ ସୂଚନା ଦେଇଥିଲେ । ଏହା ଶୁଣିବା ପରେ ବିମାନରେ ଥିବା ଯାତ୍ରୀ ଭୟଭୀତ ହୋଇପଡିଥିଲେ । ଆକାଶରୁ ପୁଣି ଭୁବନେଶ୍ୱରକୁ ଫେରିଥିଲା ଇଣ୍ଡିଗୋ ବିମାନ । ସମସ୍ତ ଯାତ୍ରୀଙ୍କୁ ନେଇ ବିମାନଟି ସୁରକ୍ଷିତ ଭୁବନେଶ୍ୱର ବିମାନ ବନ୍ଦରରେ ଅବତରଣ କରିଛି ।