କରୋନା ମାନଚିତ୍ରରେ ସବୁଜ ଦିଶୁଛି ସାରା ଓଡ଼ିଶା : ସମସ୍ତ ଜିଲ୍ଲାରେ ୫% ତଳେ ପଜିଟିଭ ହାର; ଆଜି ଆସିବ ଅଗଷ୍ଟ ଗାଇଡ଼ଲାଇନ

928

କନକ ବ୍ୟୁରୋ : ଅଗଷ୍ଟ ୧ ତାରିଖ ପରେ କଣ ହେବ କରୋନା କଟକଣା, ଆଜି ସେନେଇ ଘୋଷଣା କରିବେ ସରାକର । ଅପରାହ୍ନ ସାଢେ ୩ଟାରେ ଅଗଷ୍ଟ ଗାଇଡଲାଇନ ବାବଦରେ ସୂଚନା ଦେବେ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା । ବିଶେଷ କରି କାଟାଗୋରୀ ବି ଜିଲ୍ଲାରେ କଟକଣା ଅଧିକ କୋହଳ ହେବା ଆଶା କରାଯାଉଛି । କାରଣ କରୋନା ମାନଚିତ୍ରରରେ ବର୍ତ୍ତମାନ ସବୁଜ ଦେଖାଯାଉଛି ସାରାଓଡିଶା । ସମସ୍ତ ଜିଲ୍ଲାରେ ପଜିଟିଭ ହାର ୫ ପ୍ରତିଶତ ତଳକୁ ଚାଲିଆସିଛି ।

ତେବେ ସକ୍ରିୟ ମାମଲା ଦୃଷ୍ଟିରୁ ଏବେ କେବଳ ଖୋର୍ଦ୍ଧା ଜିଲ୍ଲା ରେଡ ଜୋନରେ ରହିଛି । ଏଠାରେ ୪ ହଜାରରୁ ଅଧିକ ସକ୍ରିୟ ମାମଲା ରହିଥିବାବେଳେ ୟେଲୋ ଜୋନରେ ରହିଛି କଟକ ଜିଲ୍ଲା । ବାକି ସମସ୍ତ ଜିଲ୍ଲାରେ ସକ୍ରିୟ ମାମଲା ୧ ହଜାରରୁ କମ୍ ରହିଛି । ଏହାରି ଭିତରେ ଅପେକ୍ଷା ରହିଛି ଅଗଷ୍ଟ ଗାଇଡଲାଇନକୁ । କାରଣ ଜୁଲାଇରେ ସରକାର କରୋନା ସଂକ୍ରମଣକୁ ରୋକିବା ପାଇଁ ଜାରି କରିଥିବା ଗାଇଡଲାଇନ, ରବିବାର ସକାଳ ୬ଟାରେ ଶେଷ ହେଉଛି । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସରକାର ଜୁଲାଇ ଗାଇଡଲାଇନରେ କାଟାଗୋରି –ଏ ଜିଲ୍ଲାରେ କଟକଣାକୁ ଅଧିକ କୋହଳ କରି କାଟାଗୋରି-ବି ଜିଲ୍ଲାରେ ଆଂଶିକ କୋହଳ କରିଥିଲେ ।

ଅନୁମାନ କରାଯାଉଛି ଆଗଷ୍ଟରେ କରୋନା କଟକଣାକୁ ଆହୁରି କୋହଳ କରିପାରନ୍ତି ସରକାର ।

– କାଟାଗୋରୀ ‘ବି’ରେ ଥିବା ୧୦ ଜିଲ୍ଲାରେ ସଂକ୍ରମଣ ହାର ୫% ତଳେ
– ଏସବୁ ଜିଲ୍ଲାରେ କଟକଣା ଅଧିକ କୋହଳ ହେବା ନେଇ ଆଶା
– କାଟାଗୋରୀ ‘ବି’ରେ ଥିବା ୮ ଟି ଜିଲ୍ଲାରେ କଟକଣା ଆହୁରି କୋହଳ ହେବ
– ଦୋକାନ ଖୋଲିବାର ଅବଧି ରାତି ୮ଟା ଯାଏଁ ବୃଦ୍ଧି ହୋଇପାରେ
– ସପ୍ତାହାନ୍ତ ସଟଡାଉନକୁ ସଂପୂର୍ଣ୍ଣ ହଟାଇ ଦିଆଯାଇପାରେ
– କଟକଣା ଭିତରେ ମଲ ଖୋଲିବାକୁ ଅନୁମତି ମିଳିପାରେ
– ରେସ୍ତୋରାଁକୁ ୫୦% କ୍ଷମତାରେ ଚଲାଇବାକୁ ମିଳିପାରେ ଅନୁମତି