କନକ ବ୍ୟୁରୋ: ଜାପାନରେ ଭୟ ବଢ଼ାଇଛି ନୂଆ କୋଭିଡ ଭାରିଆଣ୍ଟ । ‘କେପି ଡଟ୍ ଥ୍ରୀ’ ନାମକ କୋଭିଡ ଭାରିଆଣ୍ଟରେ ଆକ୍ରାନ୍ତ ସଂକ୍ରମିତଙ୍କୁ ଚିହ୍ନଟ କରାଯାଉଛି । ଗତ କିଛି ସପ୍ତାହ ମଧ୍ୟରେ ସଂକ୍ରମଣ ହାର ବଢ଼ିବା ସହ ଜାପାନରେ ଏହା ୧୧ତମ ଲହର ବୋଲି ବିଶେଷଜ୍ଞ କହିଛନ୍ତି । ନୂଆ ଭାରିଆଣ୍ଟରେ ସଂକ୍ରମିତଙ୍କ ନିକଟରେ ସମାନ ଲକ୍ଷଣ ପ୍ରକାଶ ପାଉଛି । ତେବେ ଏବେସୁଦ୍ଧା କୌଣସି ମୃତ୍ୟୁ ସୂଚନା ନମିଳିଥିଲେ ବି ଡାକ୍ତରଖାନାରେ ରୋଗୀଙ୍କ ସଂଖ୍ୟା ବଢୁଥିବା ଜଣାପଡିଛି ।

ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ଏହି ଭାରିଆଣ୍ଟ ଦ୍ରୁତ ଗତିରେ ବ୍ୟାପୁଛି । ଭାରତରେ ମଧ୍ୟ ବ୍ୟାପିବା ସମ୍ଭାବନା ରହିଛି । ସେପଟେ ଆମେରିକାରେ ମଧ୍ୟ ନୂଆ ଭୂତାଣୁ ଭୟ ସୃଷ୍ଟି କରୁଥିବା ଜଣାପଡିଛି ।