ସମ୍ବଲପୁରରେ ନିର୍ମାଣ ହେବ ନୂତନ କୋଭିଡ଼ ହସ୍ପିଟାଲ : ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ସୂଚନା

129

କନକ ବ୍ୟୁରୋ : ରାଜ୍ୟ ସରକାର ସମ୍ବଲପୁରରେ ଏକ ନୂତନ କୋଭିଡ଼ ହସ୍ପିଟାଲ ନିର୍ମାଣ କରିବାକୁ ଯାଉଛନ୍ତି । ଯାହା ଏକ ବିକାଶ ସିଟି ହସ୍ପିଟାଲ ହେବ । ଏଥିରେ ୮୦ଟି ଏଚଡ଼ିୟୁ, ୨୦ଟି ଆଇସିୟୁ, ୧୦ଟି ଭେଂଟିଲେଟର ବେଡ଼ର ଚିକିିତ୍ସା ସୁବିଧା କରାଯିବ । ଏହା ସହ ସୁନ୍ଦରଗଡ଼ ଜିଲ୍ଲା ବସୁନ୍ଧରାରେ ଥିବା ଡ଼ିସିଏଚରେ ୨୦ଟି ସାଧାରଣ ବେଡ଼, ୩୦ଟି ଆଇସିୟୁ ବେଡ଼ ନୂଆ ହେବ । ଅନୁଗୁଳ ତାଳଚେରରେ ୪୦ରୁ ଶହେକୁ ଆଇସିୟୁ, ୧୦ରୁ ୩୦ଟି ଆଇସିୟୁକୁ ବଢାଯାଇଛି ।