କରୋନା ଭୂତାଣୁ ବାୟୁ ବାହିତ ବୋଲି ବୈଜ୍ଞାନିକମାନେ ଦାବି କରିବା ପରେ ଗାଇଡଲାଇନ ପରିବର୍ତନ କରିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ- ହୁ । ଯଦିଓ ଏହାକୁ ପ୍ରମାଣ କରିବା ପାଇଁ ଅଧିକ ଗବେଷଣାର ଆବଶ୍ୟକତା ଥିବା ହୁ କହିଛି । ତଥାପି ପୂର୍ବ ନିର୍ଦ୍ଦେଶାବଳୀରେ ପରିବର୍ତନ କରାଯାଇଛି ।
ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଡାକ୍ତର ମାରିଆ ଭାନ୍ କେରକୋଭ କରୋନା ଭୂତାଣୁ ବାୟୁବାହିତ ବୋଲି କହିଛନ୍ତି । କରୋନା ଭୂତାଣୁ ବାୟୁ ଦ୍ୱାରା ସଂକ୍ରମିତ ହେବାର ସମ୍ଭାବନାକୁ ଏଡ଼ାଇ ଦିଆଯାଇ ନ ପାରେ ବୋଲି ଡାକ୍ତର ମାରିଆ ଭାନ୍ କହିଛନ୍ତି।
ତେବେ ନୂଆ ଗାଇଡଲାଇନ ଅନୁସାରେ...
- କର୍ମସ୍ଥଳୀ, ନାଇଟକ୍ଲବ୍, ରେଷ୍ଟୁରାଂଟ୍ ଆଦି ଜନଗହଳି ହେଉଥିବା ସ୍ଥାନରେ କୋଭିଡ-୧୯ର ସଂକ୍ରମଣ ବଢିପାରେ ବୋଲି ହୁ କହିଛି
- ଯେଉଁ ସ୍ଥାନରେ ଲୋକେ ବଡପାଟିରେ କଥାବାର୍ତା କରନ୍ତି କିମ୍ବା ଗୀତ ବୋଲା ଯାଉଥିବା ସ୍ଥାନରେ ସଂକ୍ରମଣ ଆଶଙ୍କା ଅଧିକ
- ଏକିଠି ହୋଇ ହସିବା କିମ୍ବା ଚିକ୍ରାର କରୁଥିବା ସ୍ଥାନରେ ମଧ୍ୟ ସଂକ୍ରମଣ ବଢିବାର ଆଶଙ୍କା ଥିବା ହୁ କହିଛି
- ଯେଉଁସବୁ ସ୍ଥାନରେ ପବନ ଚଳପ୍ରଚଳ କରୁନଥିବ ସେଠାରେ ମଧ୍ୟ ସଂକ୍ରମଣର ଆଶଙ୍କା ଅଧିକ ରହିପାରେ
- ବିଶେଷ କରି ଆବଦ୍ଧ ଅଂଚଳରେ ଏକଧିକ ଲୋକ ଏକାଠି ହେବାକୁ ବାରଣ କରିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ