ବିବାହର ୪ ଦିନ ପରେ ଆତ୍ମହତ୍ୟା କଲେ ନବଦମ୍ପତି । ରେଳଧାରଣାରୁ ମିଳିଲା ସ୍ୱାମୀଙ୍କ ମୃତଦେହ, ଫ୍ୟାନରେ ଦଉଡି ନେଇ ଆତ୍ମହତ୍ୟା କଲେ ସ୍ତ୍ରୀ ।

14,673

ଉତ୍ତରପ୍ରଦେଶର ଗାଜିଆବାଦରେ ବିବାହର ୪ଦିନ ପରେ ନବଦମ୍ପତିଙ୍କ ଆତ୍ମହତ୍ୟା କରିଥିବା ଖବର ସାମ୍ନାକୁ ଆସିଛି। ଉଭୟ ଜୁନ୍‌ ୨୯ରେ ପ୍ରେମ ବିବାହ କରିଥିଲେ ହେଁ ଜୁଲାଇ ୩ ତାରିଖରେ ଯୁବକଙ୍କ ମୃତଦେହ ରେଳ ଧାରଣରୁ ମିଳିଥିଲା ବେଳେ ଗୋଟିଏ ଦିନ ପରେ ମହିଳା ଫ୍ୟାନ୍‌ରେ ଦୌଡ଼ି ଦେଇ ଆତ୍ମହତ୍ୟା କରିଥିଲେ। ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।

ଏଭଳି ଏକ ଦୁଃଖଦ ଘଟଣା ଗାଜିଆବାଦର କାଭିନଗର ପୁଲିସ ଷ୍ଟେସନ ଅଞ୍ଚଳରେ ଘଟିଛି। ବିଶାଲ ନୋଏଡାର ଆଇଟି କମ୍ପାନିର ଏଚଆର ଟିମରେ କାମ କରୁଥିଲେ। ସେ ଗତ ୪ବର୍ଷ ହେବ ନିଶା ନାମକ ଜଣେ ଯୁବତୀଙ୍କୁ ଭଲପାଇ ଆସୁଥିଲେ। ପରିବାର ଲୋକଙ୍କ ସହମତିରେ ଜୁନ୍‌ ୨୯ ତାରିଖରେ କୋଭିଡ ଗାଇଡଲାଇନ୍‌ ନିୟମକୁ ପାଳନ କରି ବିଶାଲ ଓ ନିଶାଙ୍କ ବିବାହ ସମ୍ପୂର୍ଣ୍ଣ ରୀତିନୀତିରେ ସମ୍ପର୍ଣ୍ଣ ହୋଇଥିଲା।

କୁହାଯାଉଛି ଯେ ବିବାହର ୪ ଦିନ ପରେ ବିଶାଲଙ୍କ ମୃତଦେହ ରେଳ ଧାରଣାରୁ ମିଳିଥିଲା। ବିଶାଲଙ୍କ ମୃତ୍ୟୁରେ ପରେ ନିଶା ବି ଫ୍ୟାନ୍‌ରେ ଦୌଡ଼ି ଦେଇ ଆତ୍ମହତ୍ୟା କରିଥିଲେ। ନବଦମ୍ପତିଙ୍କ ଏଭଳି ମୃତ୍ୟୁ ଖବର ଶୁଣିବା ପରେ ଉଭୟ ପରିବାର ଉପରେ ଦୁଃଖର ପାହାଡ଼ ଛିଣ୍ଡି ପଡ଼ିଛି।

ବିଶାଲଙ୍କ ଭାଇ ପ୍ରମୋଦ କହିଛନ୍ତି ଯେ ବିଶାଲ ଏବଂ ନିଶାଙ୍କ ମଧ୍ୟରେ ବନ୍ଧୁତା ଗତ ୪ ବର୍ଷ ଧରି ଥିଲା। ଦୁହେଁ ପରସ୍ପରକୁ ବହୁତ ଭଲ ପାଉଥିଲେ ଏବଂ ବିବାହ କରିବାକୁ ଚାହୁଁଥିଲେ। ପରିବାର ଲୋକଙ୍କ ସହମତିରେ ଜୁନ୍‌ ୨୯ତାରିଖରେ ଦୁହିଁଙ୍କ ବିବାହ ହୋଇଥିଲା। ବିବାହ ୪ ଦିନ ପରେ ବିଶାଲ ହଠାତ କେଉଁଆଡେ ନିଖୋଜ ହୋଇଯାଇଥିଲେ ଏବଂ ସକାଳେ ତାଙ୍କ ମୃତଦେହ ରେଳଧାରଣାରେ ପଡ଼ିଥିବା ଖବର ମିଳିଥିଲା।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ସମ୍ବାଦ ଓ କନକ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ‘ସମ୍ବାଦ’ ଗ୍ରୁପର ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

Comments are closed.