ବ୍ରିଟେନରେ କରୋନାର ନୂଆ ରୂପ ବଢ଼ାଉଛି ଚିନ୍ତା : ବିଟ୍ରେନରୁ ଓଡ଼ିଶା ଆସୁଥିବା ଯାତ୍ରୀଙ୍କୁ ତୁରନ୍ତ ନିର୍ଦ୍ଦେଶ ଦେବା ସୂଚନା

ପ୍ରେସବିଜ୍ଞପ୍ତି ଜାରି କଲା ସ୍ୱାସ୍ଥ୍ୟ ବିଭାଗ, ସୂଚନା ପରେ ନିଆଯିବ ପରବର୍ତୀ ପଦକ୍ଷେପ

205

କନକ ବ୍ୟୁରୋ : ବ୍ରିଟେନର ନୂଆ ଷ୍ଟ୍ରେନ ଚିନ୍ତା ବଢ଼ାଇଥିବା ବେଳେ ଇଂଲଣ୍ଡରୁ ଆସିଥିବା ବ୍ୟକ୍ତି ବିଶେଷସେମାନଙ୍କ ସମ୍ପର୍କରେ ସୂଚନା ତୁରନ୍ତ ଦେବାକୁ ପ୍ରେସ ବିଜ୍ଞପ୍ତି ଜାରି କରିଛି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ଏନେଇ ଏକ ଫୋନ ନମ୍ବର ମଧ୍ୟ ଜାରି କରାଯାଇଛି । ଯେଉଁଥିରେ ବ୍ରିଟେନ ଫେରନ୍ତା ବ୍ୟକ୍ତି ନିଜର ତଥ୍ୟ ଦେଇପାରିବେ । ସୂଚନା ମିଳିବା ପରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ତ୍ୱରିତ ଅନୁସନ୍ଧାନକାରୀ ଦଳ, ସେମାନଙ୍କ ସୂଚନା ସଂଗ୍ରହ କରି ପରବର୍ତୀ ପଦକ୍ଷେପ ଗ୍ରହଣ କରିବେ ।

ସେପଟେ ବ୍ରିଟେନରୁ ଓଡିଶା ଫେରିଥିବା ଜଣେ ବ୍ୟକ୍ତି କରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ତେବେ ଏହି ବ୍ୟକ୍ତିଙ୍କ ଠାରେ ବ୍ରିଟେନର ସେହି ନୂଆ ଷ୍ଟ୍ରେନ ଆସିଛି କି ନାହିଁ ତାହା ସ୍ପଷ୍ଟ ହୋଇ ନାହିଁ । ଏପଟେ ବ୍ରିଟେନ ଫେରନ୍ତା ବ୍ୟକ୍ତି ନୂଆ ଷ୍ଟ୍ରେନରେ ସଂକ୍ରମିତ ହୋଇଛନ୍ତି ନା ନାହିଁ ସେ ନେଇ ପରୀକ୍ଷା ନିରୀକ୍ଷା କରୁଛି ଆରଏମଆରସି ।

ସେ ବ୍ରିଟେନରୁ ଭୁବନେଶ୍ୱର ଆସିବା ପରେ କାହା କାହା ସଂସ୍ପର୍ଶରେ ଆସିଛନ୍ତି, ସେନେଇ କଂଟାକ୍ଟ ଟ୍ରେସିଂ ମଧ୍ୟ କରାଯାଉଛି । ପଜିଟିଭ ଚିହ୍ନଟ ପରେ ବ୍ରିଟେନ ଫେରନ୍ତାଙ୍କୁ ହସ୍ପିଟାଲରେ ଭର୍ତି କରାଯାଇଛି । ତାଙ୍କ ପରିବାର ଲୋକଙ୍କର ମଧ୍ୟ କୋଭିଡ ପରୀକ୍ଷା କରାଯାଇଥିବା ସୂଚନା ମିଳିଛି । ସଂପୃକ୍ତ ବ୍ୟକ୍ତି ଗତ ୧୮ ତାରିଖରେ ବ୍ରିଟେନରୁ ଭୁବନେଶ୍ୱରକୁ ଫେରିଥିଲେ ।