ପାକ ଅଧିକୃତ କାଶ୍ମୀରରେ ପାକିସ୍ତାନ ଦ୍ଵାରା ୧୮ ଟି ଆତଙ୍କବାଦୀଙ୍କ ଟ୍ରେନିଂ କ୍ୟାମ୍ପ ଏବଂ ୩୭ ଟି ଲଞ୍ଚ ପ୍ୟାଡକୁ ପୁନଃ ସକ୍ରିୟ କରାଯାଇଛି । ଯେଉଁଠାରେ ୨୦୦ ଆତଙ୍କବାଦୀ ସୁଯୋଗ ପାଇବା ମାତ୍ରେ ଭାରତରେ ପ୍ରବେଶ କରିବାକୁ ପ୍ରସ୍ତୁତ ହୋଇ ରହିଛନ୍ତି । ଏହି ଆତଙ୍କବାଦୀ ତାଲିମ ଶିବିରଗୁଡିକ ଅଲ ବଦର, ଜୈଶ, ଲଶ୍କର ଏବଂ ହିଜବୁଲ ମୁଜାହିଦ୍ଦିନ ଦ୍ୱାରା ପରିଚାଳିତ ହେଉଛି । ଆତଙ୍କବାଦୀ ସଂଗଠନ ହାଜି ପୀର ସେକ୍ଟର, ଫରୱାର୍ଡ କାହୁଟା, ପଦ୍ ମୋହଲ୍ଲା, ରାଙ୍କାଡି, ସେଡିୟାନ୍, କୋଟଲି, ଲୀଲା ଉପତ୍ୟକା, ନୀଲମ୍ ଉପତ୍ୟକା, ପୋକ୍ ର କୋଟଲିରେ ଆତଙ୍କବାଦୀ ମାନଙ୍କ ଦ୍ଵାରା ଏହି ସବୁ ଲଞ୍ଚ ପ୍ୟାଡ୍ ପ୍ରସ୍ତୁତ କରାଯାଇଛି ।
ଆତଙ୍କବାଦୀମାନଙ୍କୁ ପାକିସ୍ତାନୀ ସେନା ପକ୍ଷରୁ ଏସଏସଜି କମାଣ୍ଡୋମାନେ ଗରିଲା ଯୁଦ୍ଧ ଏବଂ କ୍ଲୋଜ କମ୍ବାଟ୍ ମାର୍ଶଲ ଆର୍ଟ ତାଲିମ ପ୍ରଦାନ କରୁଛନ୍ତି । ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଆତଙ୍କବାଦୀଙ୍କୁ ବର୍ତ୍ତମାନ ପାକିସ୍ତାନ ଅଧିକୃତ କାଶ୍ମୀରରେ ପାକିସ୍ତାନୀ ଏସଏସଜି କମାଣ୍ଡୋଙ୍କ ଦ୍ୱାରା ତାଲିମ ଦିଆଯାଉଛି । ସୂତ୍ରରୁ ପ୍ରକାଶ ଯେ ଆତଙ୍କବାଦୀମାନେ ସୀମା ନିକଟରେ ପାକିସ୍ତାନୀ ସେନାର ପୋଷ୍ଟରେ ଡେରା ପକାଇଛନ୍ତି ଏବଂ ଏଠାରୁ ସେମାନେ ଭାରତରେ ଅନୁପ୍ରବେଶ ପାଇଁ ପ୍ରସ୍ତୁତି ଚଳାଇଛନ୍ତି ।
ସୀମା ଆରପଟେ ଟ୍ରେନିଂ କ୍ୟାମ୍ପ , ବଡ଼ ଆକ୍ରମଣ ପାଇଁ ପ୍ରସ୍ତୁତି ଚଳାଇଛି ପାକିସ୍ତାନ
ସୂତ୍ରରୁ ପ୍ରକାଶ ଯେ ଯୁବକମାନଙ୍କୁ ସୀମା ନିକଟ ଆତଙ୍କବାଦୀ ଶିବିରରେ ତାଲିମ ଦିଆଯାଉଛି । କାଶ୍ମୀରର ରାଜୌରୀ ଏବଂ ପୁଞ୍ଚ ଅଞ୍ଚଳରୁ ଅନୁପ୍ରବେଶ କରିବାକୁ ବାରମ୍ବାର ଚେଷ୍ଟା କରାଯାଉଛି । କୁହାଯାଉଛି ଯେ ଆତଙ୍କବାଦୀମାନେ ପୁଣି ଥରେ PoK ରେ ସକ୍ରିୟ ହୋଇଛନ୍ତି; ଅନୁପ୍ରବେଶ ପାଇଁ ସେମାନେ ସମ୍ପୂର୍ଣ୍ଣ ପ୍ରସ୍ତୁତ ହେଇ ଅଛନ୍ତି । ଏହି ଆତଙ୍କବାଦୀମାନେ ପାକିସ୍ତାନୀ ସେନା ପୋଷ୍ଟର ଶିବିର ଭିତରେ ଲୁଚି ରହିଛନ୍ତି ଏବଂ ସୁଯୋଗ ପାଇବା ମାତ୍ରେ ଭାରତରେ ଅନୁପ୍ରବେଶ କରିବାକୁ ପ୍ରସ୍ତୁତ ହେଉଛନ୍ତି । ସୂତ୍ରରୁ ପ୍ରକାଶ ଯେ ସୀମା ଆରପାରିରୁ ପାକିସ୍ତାନ ଭାରତୀୟ ଅଞ୍ଚଳରେ ଏକ ବଡ଼ ଧରଣର ଆକ୍ରମଣ ଯୋଜନା କରିଛି ।
ଟ୍ରେନିଂ କ୍ୟାମ୍ପରେ ଆତଙ୍କବାଦୀ ପ୍ରସ୍ତୁତ ଅଛନ୍ତି । ପାକ୍ ଆର୍ମି ଅଧିକାରୀମାନେ କ୍ୟାମ୍ପ ପରିଦର୍ଶନ କରୁଛନ୍ତି
ସୂତ୍ରରୁ ପ୍ରକାଶ ଯେ ଗୁଲାମ କାଶ୍ମୀରରେ ପୁଣି ଅନେକ ଆତଙ୍କବାଦୀ ତାଲିମ ଶିବିର ଗୁଡିକ ସକ୍ରିୟ ହୋଇ ଉଠିଛି । ଭାରତୀୟ ସେନାର ସର୍ଜିକାଲ ଷ୍ଟ୍ରାଇକ୍ ପରେ ଅନେକ କ୍ୟାମ୍ପ ବନ୍ଦ ହୋଇଯାଇଥିଲା । ଏବେ ପୁଣି ଏହି ଶିବିରରେ ଆତଙ୍କବାଦୀଙ୍କ ଏକ ଦଳକୁ ଅନୁପ୍ରବେଶ ପାଇଁ ପ୍ରସ୍ତୁତ କରାଯାଉଛି। ପାକ୍ ଆର୍ମି ଅଧିକାରୀ ଏବଂ ଆତଙ୍କବାଦୀ ସଂଗଠନର ନେତାମାନେ ସମୟ ସମୟରେ ଏହି ଶିବିର ପରିଦର୍ଶନ କରୁଛନ୍ତି ଏବଂ ଯୁବକମାନଙ୍କୁ ଦିଆଯାଉଥିବା ତାଲିମ ଉପରେ ନଜର ରଖିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/12/bsf.jpg)