କନକ ବ୍ୟୁରୋ: ନୂଆ ବର୍ଷରେ ଓଡିଶା ଆସିବେ ନୂଆ ପ୍ରଭାରୀ । ନୂଆ ପ୍ରଭାରୀ ଅଜୟ କୁମାରଙ୍କୁ ଭେଟିବା ପରେ ଏହି ସୂଚନା ଦେଇଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ । ଜାନୁଆରୀ ୬ରେ ଅଜୟ କୁମାର ଓଡିଶା ଆସିବେ । ୬, ୭ ଦିନ ଓଡିଶାରେ ରହି କଂଗ୍ରେସର ସବୁ ପ୍ରମୁଖ ନେତାଙ୍କ ସହ ଆଲୋଚନା କରିବେ ।
ନୂଆ ପ୍ରଭାରୀଙ୍କୁ ରାଜ୍ୟରେ ଜୋରଦାର ସ୍ୱାଗତ କରାଯିବ ବୋଲି କହିଛନ୍ତି ପିସିସି ସଭାପତି । ଦିଲ୍ଲୀରେ ନୂଆ ପ୍ରଭାରୀ ଅଜୟ କୁମାରଙ୍କୁ ଭେଟିଛନ୍ତି ଶରତ ପଟ୍ଟନାୟକ । କଂଗ୍ରେସର ପ୍ରତିଷ୍ଠା ଦିବସ ଅବସରରେ ଦିଲ୍ଲୀରେ ନୂଆ ପ୍ରଭାରୀଙ୍କୁ ଭେଟି ଆଗାମୀ ନିର୍ବାଚନ ନେଇ ଆଲୋଚନା କରିଛନ୍ତି ।