୫ ଜଣିଆ ପରିଚାଳନା କମିଟି ଦାୟିତ୍ୱରେ ରହିବ ଏମାର ମଠ । କମିଟିର ମୁଖ୍ୟ ଭାବେ ଝାଞ୍ଜପିଟା ମଠର ମହନ୍ତ ବାବା ସଚ୍ଚିଦାନନ୍ଦ ମହାରାଜଙ୍କୁ ମିଳିପାରେ ନୂଆ ଦାୟିତ୍ୱ ।

Advertisment
୫ ଜଣିଆ ପରିଚାଳନା କମିଟି ଦାୟିତ୍ୱରେ ରହିବ ଏମାର ମଠ । କମିଟିର ମୁଖ୍ୟ ଭାବେ ଝାଞ୍ଜପିଟା ମଠର ମହନ୍ତ ବାବା ସଚ୍ଚିଦାନନ୍ଦ ମହାରାଜଙ୍କୁ ମିଳିପାରେ ନୂଆ ଦାୟିତ୍ୱ ।

କନକ ବ୍ୟୁରୋ : ଏମାର ମଠ ପାଇଁ କମିଟି । ଶ୍ରୀକ୍ଷେତ୍ରର ଅନ୍ୟତମ ଐତିହ୍ୟ ଏମାର ମଠ ପରିଚାଳନା ଦାୟିତ୍ୱ ୫ଜଣିଆ କମିଟି ହାତକୁ ଯାଇଛି । ଏହାର ରୁପରେଖ ସମ୍ପର୍କରେ କିଛି ସ୍ପଷ୍ଟ ହୋଇନଥିଲେ ମଧ୍ୟ ୫ଜଣିଆ କମିଟି ଗଠନ ହୋଇଥିବା ଜଣାପଡିଛି। ଏହି କମିଟିର ମୁଖ୍ୟ ଭାବେ ଝାଞ୍ଜପିଟା ମଠର ମହନ୍ତ ବାବା ସଚିଦାନନ୍ଦ ମହାରାଜ ନେବେ ବୋଲି ଚର୍ଚ୍ଚା ହେଉଛି । ଦେବୋତ୍ତର କମିସନଙ୍କ ଠାରୁ ଏହି ଅନୁମତି ମିଳିଛି । ଫଳରେ ଏମାର ମଠ ମହନ୍ତ ଶ୍ରୀନିବାସ ରାମାନୁଜ ଦାସଙ୍କୁ କ୍ଷମତାଚ୍ୟୁତ କରାଯାଇଥିବା ଜଣାପଡ଼ିଛି । ଏମାର ମଠରୁ ରୁପା ଇଟା ଚୋରି ମାମଲାରେ ମହନ୍ତ ଗିରଫ ହେବାପରେ ତାଙ୍କୁ ଦେବୋତ୍ତର ବିଭାଗ ନିଲମ୍ବିତ କରିଥିଲା । ଏହି ନିଲମ୍ବନ ପରେ ଏକ କମିଟି ଦାୟିତ୍ୱ ନେଇଥିଲା । ମାତ୍ର ମହନ୍ତ ଏହାକୁ ଚ୍ୟାଲେଞ୍ଜ କରି ଆର୍ଥିକ କ୍ଷମତା ପାଇବାକୁ ଦାବି କରିଥିଲେ । ହେଲେ ପରିଚାଳନା ଦାୟିତ୍ୱରେ ତାଙ୍କୁ ନରଖିବାକୁ ଦେବୋତ୍ତର ବିଭାଗ ନିଷ୍ପତ୍ତି ନେଇଥିଲା ।

ଏହାପରେ ରାମାନୁଜ ସମ୍ପ୍ରଦାୟର ମହନ୍ତଙ୍କୁ ଦାୟିତ୍ୱରେ ରଖିବାକୁ ଦେବୋତ୍ତର ବିଭାଗ ନିଷ୍ପତ୍ତି ନେଇଥିଲା । ତଦନୁଯାୟୀ ଏକ ୫ଜଣିଆ ପରିଚାଳନା କମିଟି ଗଠନ କରିବାକୁ ପଦକ୍ଷେପ ନେଇଥିଲା ବିଭାଗ । ଇତିମଧ୍ୟରେ ଝାଞ୍ଜପିଟା ମଠ ମହନ୍ତଙ୍କ ନେତୃତ୍ୱରେ ଆଇନ ପରାମର୍ଶଦାତା ଭାବେ ଆଇନଜୀବୀ ବନ ବିହାରୀ ସାହୁ, ସ୍ୱେଚ୍ଛାସେବୀ ପ୍ରତୀମା ଦେବୀ, ପୂର୍ବତନ ଅଧ୍ୟକ୍ଷ ତଥା ଗବେଷକ ନରେଶ ଦାସଙ୍କ ସମେତ ୫ଜଣିଆ କମିଟି ପରିଚାଳନା ପାଇଁ ଚୟନ କରାଯାଇଛି । ଏହି କମିଟିକୁ ଦେବୋତ୍ତର ବିଭାଗ ଅନୁମୋଦନ କରିବା ପରେ ଏବେ ଏହି କମିଟି ତାର ପରିଚାଳନା କରିବ ବୋଲି ଜଣାପଡ଼ିଛି । ସେପଟେ ଏକ ଟ୍ରଷ୍ଟ ଗଠନ ହେବା ନେଇ ସୂଚନା ଦେଇଛନ୍ତି ଝାଞ୍ଜପିଟା ମଠର ମହନ୍ତ ବାବା ସଚ୍ଚିଦାନନ୍ଦ ମହାରାଜ। ମାତ୍ର ଏହାର ରୁପରେଖ କିଭଳି ରହିବ, ଟ୍ରଷ୍ଟ ପରିଚାଳନା ନେଇ ନିର୍ଦ୍ଦିଷ୍ଟ ଭାବେ କିଛି ଉଲ୍ଲେଖ କରାଯାଇନାହିଁ। ପରବର୍ତ୍ତୀ ସମୟରେ ଦାୟିତ୍ୱ ମିଳିବା ପରେ ସ୍ପଷ୍ଟ ଭାବେ ଜଣାପଡିବ ବୋଲି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe