ରାଜ୍ୟରେ ଆଜି ଆଉ ୧୩୮ ଆକ୍ରାନ୍ତ ଚିହ୍ନଟ: ୧୮ ଜିଲ୍ଲାରୁ ୧୩୮ ଜଣ କରୋନା ସଂକ୍ରମିତ ଠାବ: ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ସଂଗରୋଧ କେନ୍ଦ୍ରରୁ ୧୨୫ ଓ ଅନ୍ୟ ୧୩ ଜଣ ସ୍ଥାନୀୟ ଅଂଚଳରୁ ଚିହ୍ନଟ

ରାଜ୍ୟରେ ଆଜି ଆଉ ୧୩୮ ଆକ୍ରାନ୍ତ ଚିହ୍ନଟ: ୧୮ ଜିଲ୍ଲାରୁ ୧୩୮ ଜଣ କରୋନା ସଂକ୍ରମିତ ଠାବ: ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ସଂଗରୋଧ କେନ୍ଦ୍ରରୁ ୧୨୫ ଓ ଅନ୍ୟ ୧୩ ଜଣ ସ୍ଥାନୀୟ ଅଂଚଳରୁ ଚିହ୍ନଟ

କନକ ବ୍ୟୁରୋ: ରାଜ୍ୟରେ ବଢୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଆଜି ପୁଣି ୧୩୮ କରୋନା ସଂକ୍ରମିତ ଚିହ୍ନଟ । ଆଜି ରାଜ୍ୟର ୧୮ଟି ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ୧୩୮ ଜଣ ଆକ୍ରାନ୍ତ । ତେବେ ନୂଆ ଆକ୍ରାନ୍ତଙ୍କୁ ମିଶାଏ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୯୯୪କୁ ବୃଦ୍ଧି ପାଇଛି ।

ସେହିଭଳି ଆଜି ଚିହ୍ନଟ ହୋଇଥିବା ନୂଆ ୧୩୮ ଆକ୍ରାନ୍ତଙ୍କ ମଧ୍ୟରୁ ୧୨୫ଜଣ ସଂଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ବାକି ୧୩ ଜଣ ଲୋକାଲ୍ କେସ୍ ରହିଛି । ତେବେ ଆଜି ମଧ୍ୟ ଗଂଜାମ ଜିଲ୍ଲାରୁ ସର୍ବାଧିକ ୩୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଯାଜପୁରରୁ ୬, ଖୋର୍ଧାରୁ ୧୩, ରାୟଗଡାରୁ ଜଣେ, ମୟୂରଭଂଜରୁ ୬, ନୟାଗଡରୁ ୩, ଢେଙ୍କାନାଳରୁ ୩, କଟକରୁ ୧୫, କଳାହାଣ୍ଡିରୁ ୨, କେନ୍ଦୁଝରରୁ ୧୦, କନ୍ଧମାଳରୁ ୧୦, ଭଦ୍ରକରୁ ୧୧, ସମ୍ଭଲପୁର ଏବଂ ବଲାଙ୍ଗିରରୁ ଜଣେ ଲେଖାଏଁ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ସେହିଭଳି ସୁନ୍ଦରଗଡରୁ ୧୨, ନୂଆପଡାରୁ ୩, ପୁରୀରୁ ୭ ଏବଂ କେନ୍ଦ୍ରାପଡାରୁ ଜଣେ କୋଭିଡ୍-୧୯ ଭୁତାଣୁ ଠାବ ହୋଇଛି ।

publive-image

ଅନ୍ୟପଟେ ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୨ ହଜାର ୯୯୪ରେ ପହଂଚିଥିବା ବେଳେ କରୋନା ମହାମାରୀକୁ ମାତ୍ ଦେଇ ବର୍ତ୍ତମାନ ସୁଦ୍ଧା ୧୮ ଶହ ୯୪ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe