କନକ ବ୍ୟୁରୋ : ଦୂତୀଙ୍କ ମାନହାନି ଖବର ପ୍ରସାରଣ କରି ଜେଲରେ ଅଛନ୍ତି ସୁଧାଂଶୁ ରାଉତ । ଏପଟେ ତାଙ୍କ ବିରୋଧରେ ଯାଜପୁର ମଙ୍ଗଳପୁର ଥାନାରେ ଆଉ ଏକ ମାମଲା ହୋଇଛି । ୱେବ ପୋର୍ଟାଲ ସମ୍ପାଦକ ସୁଧାଂଶୁ ରାଉତଙ୍କ ବିରୋଧରେ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ରବିନ୍ଦ୍ର ସେନାପତି ନାମକ ଜଣେ ବ୍ୟକ୍ତି ।
ଏତଲାରେ ଦର୍ଶାଇଛନ୍ତି ଏକ ଠିକା କାମ ପାଇଁ ୪ଲକ୍ଷ ଧାର ନେଇଥିଲେ ସୁଧାଂଶୁ । ୬ ମାସ ମଧ୍ୟରେ ଟଙ୍କା ଫେରସ୍ତ କରିବେ ବୋଲି ଉଭୟଙ୍କ ମଧ୍ୟରେ ଚୁକ୍ତି ପତ୍ର ହୋଇଥିଲା । ଟଙ୍କା ନେବାର ୯ ବର୍ଷ ବିତି ଯାଇଥିଲେ ସୁଧା ଫେରସ୍ତ କରିବାର ନାଁ ଧରୁ ନାହାନ୍ତି ସୁଧାଂଶୁ । ଏପରିକି ଟଙ୍କା ମାଗିଲେ ଅଶ୍ଲୀଳ ଭାଷାରେ ଗାଳିଗୁଲଜ କରିବା ସହ ମାଡ଼ ମାରିବାର ଧମକ ମଧ୍ୟ ଦେଉଛନ୍ତି । ଏବେ ସୁଧାଂଶୁ ଜେଲରେ ଥିବାରୁ ତାଙ୍କ ବିରୋଧରେ ଅଭିଯୋଗ କରିବା ସହ ଟଙ୍କା ଫେରାଇ ଆଣିବାକୁ ନିବେଦନ କରିଛନ୍ତି ଅଭିଯୋଗକାରୀ ରବିନ୍ଦ୍ର ସେନାପତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/09/35-9.jpg)