କନକ ବ୍ୟୁରୋ :ପଦ୍ମପୁର ବିଜୟ ପରେ ବିଜେଡିର ଲକ୍ଷ୍ୟ ୨୦୨୪ । ଏଥିପାଇଁ ନୂଆ ଟିମ୍ ଗଢିପାରନ୍ତି ନବୀନ । ଏପରିକି ମନ୍ତ୍ରିମଣ୍ଡଳ ଅଦଳବଦଳ କରାଯାଇପାରେ ବୋଲି ଚର୍ଚ୍ଚା ହେଉଛି । କିଛି ନେତାଙ୍କୁ ମନ୍ତ୍ରୀପଦ ମିଳିପାରେ, କିଛି ମନ୍ତ୍ରିମଣ୍ଡଳରୁ ବାଦ ପଡିପାରନ୍ତି । ବିଜେଡିର ଜଣେ ବରିଷ୍ଠ ନେତାଙ୍କ ସୂଚନା ଆଧାରରେ ନୂଆବର୍ଷର ପ୍ରଥମ ସପ୍ତାହରେ ମନ୍ତ୍ରିମଣ୍ଡଳ ଅଦଳବଦଳ ହୋଇପାରେ । କୁହାଯାଉଛି –

Advertisment

ନୂଆ ବର୍ଷରେ ନୂଆ ମନ୍ତ୍ରିମଣ୍ଡଳ!     

ମନ୍ତ୍ରିମଣ୍ଡଳରେ ଛୋଟ ଧରଣର ଅଦଳବଦଳ ହୋଇପାରେ

ପଦ୍ମପୁର ଦାୟିତ୍ୱରେ ଥିବା ନେତାଙ୍କୁ ମିଳିପାରେ ପୁରସ୍କାର

ମନ୍ତ୍ରିମଣ୍ଡଳକୁ ଫେରିପାରନ୍ତି ସୁଶାନ୍ତ ସିଂ

ମନ୍ତ୍ରିମଣ୍ଡଳରୁ ବାଦ ଦେଇ କିଛି ନେତାଙ୍କୁ ସଂଗଠନ ଦାୟିତ୍ୱ ମିଳିପାରେ

୨୦୧୯ରେ ପଞ୍ଚମ ଥର ପାଇଁ ସରକାର ଗଢିବା ପରେ ଗତ ଜୁନ ମାସ ୫ ତାରିଖରେ ପ୍ରଥମ ମନ୍ତ୍ରିମଣ୍ଡଳ ପରିବର୍ତନ କରିଥିଲେ ମୁଖ୍ୟମନ୍ତ୍ରୀ । ସେତେବେଳେ ସବୁ ମନ୍ତ୍ରୀ ଇସ୍ତଫା ଦେଇଥିଲେ । କିଛି ବିବାଦୀୟ ନେତା ମନ୍ତ୍ରିମଣ୍ଡଳରୁ ବାଦ ପଡିଥିଲେ । ତେବେ ପୂର୍ବ ମନ୍ତ୍ରିମଣ୍ଡଳରୁ ୯ ଜଣଙ୍କୁ ରିପିଟ୍ କରାଯାଇଥିଲ ।