କନକ ବ୍ୟୁରୋ: ଓଡିଶାରେ ଯୋଗ ଦେଲେ ନୂତନ ବିଏସଏଫ୍ ଆଇଜି । ଆଇଜି ଡି ଜେ ଶର୍ମାଙ୍କ ସ୍ଥାନରେ ଏବେ ଯୋଗ ଦେଇଛନ୍ତି କୈଳାଶ ଚନ୍ଦ୍ର ଜାଟ୍ । ଜମ୍ମୁ-କାଶ୍ମୀରରେ ମିଲିଟାରୀ ତାଲିମ୍ ଓ ଅପରେସନରେ କୈଳାଶ ଚନ୍ଦ୍ରଙ୍କ ରହିଛି ଅଭିଜ୍ଞତା । ତେବେ କୈଳାଶ ଚନ୍ଦ୍ର ଜାଟ୍ ଦାୟିତ୍ୱ ନେବା ପରେ ଖୁବ ଶୀଘ୍ର ନକ୍ସଲ ଦମନ ନେଇ ବଡଧରଣର ପ୍ଲାନ୍ ହୋଇପାରେ ବୋଲି ଆକଳନ କରାଯାଉଛି । ରାଜସ୍ଥାନ ପୋଲିସ୍ ଏକାଡେମିରେ ଡିଆଇଜି ପଦବୀରେ ଦୀର୍ଘ ଦିନ ଧରି ଦାୟିତ୍ୱ ତୁଲାଇବା ପରେ ପୁଣିଥରେ ବିଏସଏଫକୁ ଫେରିଛନ୍ତି କେସି ଜାଟ୍ ।
ଓଡିଶାରେ ଯୋଗ ଦେଲେ ନୂଆ ବିଏସଏଫ୍ ଆଇଜି କୈଳାଶ ଚନ୍ଦ୍ର ଜାଟ୍ । କହିଲେ ନକ୍ସଲ ଦମନକୁ ଦେବେ ଗୁରୁତ୍ୱ ।
/kanak/media/post_attachments/wp-content/uploads/2024/01/IMG_20231231_165731.jpg)