କନକ ବ୍ୟୁରୋ: ଦିନିକିଆ ସମ୍ବଲପୁର ଗସ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ହୀରାକୁଦ ଇବ ନଦୀ ଉପରେ ନିର୍ମିତ ସପନେ-ରମ୍ପେଲା ସେତୁର ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାସହ ସେତୁର ଆପ୍ରୋଚ୍ ରୋଡକୁ ବି ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ସେତୁ କାର୍ଯ୍ୟକ୍ଷମ ହେଲେ ସମ୍ବଲପୁର ଓ ଝାରସୁଗୁଡ଼ାର ବେଲପାହାଡ଼, ଲଖନପୁର ମଧ୍ୟରେ ଦୂରତା ବହୁ ପରିମାଣରେ କମିଯିବ । ୧୧୭ କୋଟି ୪୯ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ହୋଇଛି ଏହି ସେତୁ ।
ସମ୍ବଲପୁର ଜିଲ୍ଲା ଏବଂ ଝାରସୁଗୁଡ଼ା ମଧ୍ୟରେ ସୀମା ରେଖା ଟାଣିଥିବା ଇବ ନଦୀର ଗୋଟିଏ ପଟେ ସାଲଟ ପଞ୍ଚାୟତର ସପ୍ନେ ଏବଂ ଅନ୍ୟପଟେ ରମ୍ପେଲା ପଞ୍ଚାୟତର ତାଳବେର୍ଣ୍ଣକୁ ସଂଯୋଗ କରୁଛି ଏହି ସେତୁ। କହିବାକୁ ଗଲେ ଯେଉଁଠି ରମ୍ପେଲା ଡଙ୍ଗା ଘାଟ ଥିଲା ଓ ପ୍ରତ୍ୟହ ଲୋକେ ଡଙ୍ଗାରେ ଯିବା ଆସିବା କରୁଥିଲେ ଉକ୍ତ ସ୍ଥାନରେ ନିର୍ମାଣ ହୋଇଛି ଏହି ସେତୁ। ହୀରାକୁଦ ନଦୀବନ୍ଧ ଯୋଗୁ ବୁଡ଼ି ଯାଇଥିବା ଐତିହ୍ୟ ସଂପନ୍ନ ରମ୍ପେଲା ଗାଁ ଉପରେ ଏହି ସେତୁ ନିର୍ମାଣ ହୋଇଥିବାର ପ୍ରମାଣ ଦେଇଛି ପୋଲ ପାଖକୁ ଲାଗି ରହିଥିବା ଉକ୍ତ ଗାଁର ପ୍ରାଚୀନ ହରିହର ମନ୍ଦିର । ୧୧୭ କୋଟି ୪୯ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଏହି ପୋଲ ପାଇଁ ଅଞ୍ଚଳବାସୀ ବହୁ ଦିନରୁ ସ୍ୱପ୍ନ ଦେଖି ଆସୁଥିଲେ। ଅର୍ଦ୍ଧ ଶତାବ୍ଦୀର ଅପେକ୍ଷା ପରେ ତାହା ସାକାର ହୋଇଛି। ହୀରାକୁଦ ବୁଡ଼ି ଅଞ୍ଚଳବାସୀଙ୍କ ପାଇଁ ରାଜ୍ୟ ସରକାରଙ୍କ ଏହା ଏକ ଭେଟି କହିଲେ ଅତ୍ୟୁକ୍ତି ହେବ ନାହିଁ।
ଅନ୍ୟପଟେ, ସମ୍ବଲପୁରରେ ପହଚିଂବା ପରେ ମୁଖ୍ୟମନ୍ତ୍ରୀ ଆଆଇଏମ ସମ୍ବଲପୁର ସମାବର୍ତନ ଉତ୍ସବରେ ଯୋଗଦେଇଛନ୍ତି । ଏଠାରେ ୪୫ ଜଣ ଛାତଛାତ୍ରୀଙ୍କୁ ଡିଗ୍ରୀ ପ୍ରଦାନ କରାଯାଇଛି । ଏହା ପରେ ରେଙ୍ଗାଳୀ ଯାଇ ସେତୁ ଉଦଘାଟନ କରିବେ । ତେବେ ବିରୋଧ ଆଶଙ୍କାରେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ୧୦ ବିଜେପି କର୍ମୀଙ୍କୁ ଅଟକ ରଖାଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/04/15-3.jpg)
/kanak/media/post_attachments/wp-content/uploads/2018/04/13-8-300x151.jpg)
/kanak/media/post_attachments/wp-content/uploads/2018/04/14-4-300x153.jpg)