ଚମ୍ପୁଆ ବସଷ୍ଟାଣ୍ଡରୁ ଶିଶୁ କନ୍ୟା ଉଦ୍ଧାର । ବସ ତଳେ ଏକ ପ୍ଲାଷ୍ଟିକ ବ୍ୟାଗରୁ ମିଳିଲା ଶିଶୁ କନ୍ୟା ।

286

କନକ ବ୍ୟୁରୋ: ବସଷ୍ଟାଣ୍ଡରୁ ଶିଶୁ କନ୍ୟା ଉଦ୍ଧାର । ବସ୍ ତଳୁ ଉଦ୍ଧାର ହେଲା ଶିଶୁ କନ୍ୟା । କେନ୍ଦୁଝର ଚମ୍ପୁଆ ବସଷ୍ଟାଣ୍ଡରୁ ଶିଶୁ କନ୍ୟା ଉଦ୍ଧାର ହୋଇଛି । ଏକ ପ୍ଲାଷ୍ଟିକ୍ ବ୍ୟାଗ୍ ଭିତରୁ ଶିଶୁ କନ୍ୟାକୁ ଉଦ୍ଧାର କରାଯାଇଛି । ଗତକାଲି ରାତି ପାଖାପାଖି ୯ଟା ସମୟରେ ବସଷ୍ଟାଣ୍ଡରେ ଏକ ବସ୍ର ହେଲ୍ପର ବସ୍ ତଳେ ଶିଶୁ ଥିବା ଦେଖିବାକୁ ପାଇଥିଲେ । ଏନେଇ ସେ ସ୍ଥାନୀୟ ଲୋକଙ୍କୁ ଖବର ଦେବା ପରେ ପୋଲିସକୁ ମଧ୍ୟ ସୂଚନା ଦିଆଯାଇଥିଲା । ପୋଲିସ ପହଂଚି ଶିଶୁ କନ୍ୟାକୁ ଉଦ୍ଧାର କରିବା ସହ ଚମ୍ପୁଆ ଉପଖଣ୍ଡ ଡାକ୍ତରଖାନାକୁ ନେଇଥିଲେ । ଶିଶୁଟିକୁ ଏକ ପ୍ଲାଷ୍ଟିକ୍ ବ୍ୟାଗରେ ରଖି ମା’ କିମ୍ବା ବାପା ଫେରାର ହୋଇଯାଇଥିବା ଅନୁମାନ କରାଯାଉଛି । ଅନ୍ୟପଟେ ଶିଶୁକନ୍ୟାର ପରିବାର ଲୋକଙ୍କୁ ଖୋଜିବା ଆରମ୍ଭ କରିଛି ପୋଲିସ ।