କନକ ବ୍ୟୁରୋ: କଟକ ବଡ ମେଡିକାଲର ସୁରକ୍ଷାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମେଡିକାଲ ପରିସରରେ ଶିଶୁ ବିକ୍ରି ଉଦ୍ୟମ ପଣ୍ଡ ହୋଇଛି । ଜିଲ୍ଲା ଆଇନ ସେବା ପ୍ରାଧିକରଣ ଓ ଚାଇଲ୍ଡ ଲାଇନ ଦ୍ୱାରା ଏହି ଘଟଣା ସାମ୍ନାକୁ ଆସିବା ପରେ ମେଡିକାଲ କର୍ତୃପକ୍ଷ ସଫେଇ ଦେଇଛନ୍ତି । ଏଥିରେ କୁହାଯାଇଛି ଘଟଣାର ତଦନ୍ତ ହେବା ପରେ ପ୍ରକୃତ ତଥ୍ୟ ସାମ୍ନାକୁ ଆସିବ ।
ଗତ ୨୯ ତାରିଖରେ ଏସସିବିରେ ୩ ଜଣ ଶିଶୁଙ୍କୁ ଜନ୍ମଦେଇଥିଲେ ଭଦ୍ରକ ଅଂଚଳର ଜଣେ ମହିଳା । କିନ୍ତୁ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଓ ଚାଇଲ୍ଡ ଲାଇନର ଅଧିକାରୀ ପଂହଚିବା ପରେ ସଂପୃକ୍ତ ମହିଳାଙ୍କ ସ୍ୱାମୀ ଦାରିଦ୍ର୍ୟ କାରଣରୁ ଏଭଳି କରୁଥିବା ସ୍ୱୀକାର କରିଥିଲେ । ପୂର୍ବରୁ ବଡ ମେଡିକାଲରେ ଦଲାଲ ଗିରଫ ହେବା ଓ ପିଲା ଚୋରି ଭଳି ଘଟଣା ଘଟିଥିଲେ ସୁଦ୍ଧା କିଭଳି ସ୍ତ୍ରୀ ଓ ପ୍ରସୂତି ବିଭାଗ ସାମ୍ନାରେ ପିଲା ବିକ୍ରି ଉଦ୍ୟମ ହେଉଥିଲା ତାହା ଏବେ ବଡ ପ୍ରଶ୍ନ ସୃଷ୍ଟି କରିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/05/Screen-shot-2018-05-02-at-8.42.51-AM.png)
/kanak/media/post_attachments/wp-content/uploads/2018/05/Screen-shot-2018-05-02-at-8.43.18-AM-300x216.png)