ମା’ କୋଳରୁ ନବଜାତ ଶିଶୁ ଗାଏବ : ପ୍ରସୂତି ବିଭାଗରୁ ଛୁଆ ନିଖୋଜ ନେଇ ଦମ୍ପତିଙ୍କ ଅଭିଯୋଗ

148

କନକ ବ୍ୟୁରୋ : ମା’ ପାଖରୁ ନବଜାତ ଛୁଆ ଗାଏବ । ୯ ମାସ ୯ ଦିନ ଗର୍ଭ ଧରି କଷ୍ଟ ଯନ୍ତ୍ରଣା ସହିଥିଲେ ମାଆ । ହେଲେ ଛୁଆ ଜନ୍ମ ହେବା ହସ୍ପିଟାଲରୁ ନବଜାତ ଶିଶୁ ନିଖୋଜ ହୋଇଯାଇଛି । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ମାଲକାନଗିରି ଜିଲ୍ଲା ମାଥିଲି ସବଡିଭିଜନ ମେଡିକାଲରେ । ସୂଚନା ମୁତବାକ ଆଜି ଏକ ଆଦିବାସୀ ମହିଳାଙ୍କ ଗର୍ଭ ଯନ୍ତ୍ରଣା ହେବାରୁ ସେ ମେଡିକାଲ ଆସିଥିଲେ । ଡାକ୍ତର ତାଙ୍କର ପ୍ରସୂତି କରାଇଥିଲେ । ହେଲ ପ୍ରସୂତି କକ୍ଷରୁ ନବଜାତ ଶିଶୁ ଭଭାନ ହୋଇଯାଇଥିବା ନେଇ ଅଭିଯୋଗ କରିଛନ୍ତି ଆଦିବାସୀ ଦମ୍ପତି ।