ରଖେ ହରି ମାରେ କିଏ : ନବଜାତ ଶିଶୁ କନ୍ୟାକୁ ଜଙ୍ଗଲରୁ ଉଦ୍ଧାର କଲେ ଖୋର୍ଦ୍ଧା ଶିଶୁ ସୁରକ୍ଷା ଅଧିକାରୀ

Advertisment
ରଖେ ହରି ମାରେ କିଏ : ନବଜାତ ଶିଶୁ କନ୍ୟାକୁ ଜଙ୍ଗଲରୁ ଉଦ୍ଧାର କଲେ ଖୋର୍ଦ୍ଧା ଶିଶୁ ସୁରକ୍ଷା ଅଧିକାରୀ

ଖୋର୍ଦ୍ଧା : ନା ଅଛି ପିଲାଟିର ପରିଚୟ, ନା ଅଛନ୍ତି କିଏ ନିଜର। କିନ୍ତୁ ପିଲାଟିକୁ ଦେଖିବା ପାଇଁ ଭିଡ଼ ଜମିଥିଲା ଖୋର୍ଦ୍ଧା ମେଡ଼ିକାଲରେ ପରିସରରେ। ପିଲାଟିକୁ ସାରୁଅ ଜଂଗଲ ନିକଟରୁ ଉଦ୍ଧାର କରି ଖୋର୍ଦ୍ଧା ମେଡ଼ିକାଲକୁ ଆଣିଥିଲେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ। ଖୋର୍ଦ୍ଧାରେ ଶିଶୁ ବିଭାଗର ଡ଼ାକ୍ତର ପରୀକ୍ଷା ନିରୀକ୍ଷା କରିବା ପରେ ଶିଶୁଟିର ସ୍ୱାସ୍ଥ୍ୟବସ୍ଥା ଠିକ୍ ଥିବା କହିଥିଲେ।

new born baby ସମସ୍ତଙ୍କ ମୁହଁରେ ଗୋଟିଏ କଥା। ରଖେ ହରି ତ ମାରେ କିଏ। କୁଆଁ କୁଆଁ ରାବ କରୁଥିବା ନବଜାତ ଶିଶୁକନ୍ୟାକୁ ଜଙ୍ଗଲରେ ଛାଡି ଚାଲି ଯାଇଥଲେ ନିର୍ଦ୍ଦୟ ବାପାମାଆ। ନବଜାତ ସନ୍ତାନଟି ବୁଲା କୁକୁର ହାବୁଡ଼ରେ ପଡ଼ିଥିଲେ ହୁଏତ ତାର ଜୀବନ ଯାଇଥାଆନ୍ତା, ହେଲେ କିଛି ସହୃଦୟ ବ୍ୟକ୍ତି ଦେଖିବାରୁ ତାର ତାକୁ ମିଳିଛି ନବଜୀବନ। ସେମାନଙ୍କ ସହାୟତାରେ ଶିଶୁ ସୁରକ୍ଷା ଅଧିକାରୀଙ୍କ ପାଖରେ ପହଂଚିବାରୁ ଉପଯୁକ୍ତ ଚିକିତ୍ସା ସହିତ ବଂଚିବାର ରାହା ପାଇଛି କୁନି ଛୁଆଟି। ସମସ୍ତଙ୍କ ମୁହଁରେ ଗୋଟିଏ କଥା। ଭଗବାନ ଛୁଆଟିକୁ ଦୀର୍ଘୟୁ କରନ୍ତୁ। ପିଲାଟିକୁ ଉଦ୍ଧାର କରାଯିବା ପ୍ରଥମେ ଖୋର୍ଦ୍ଧା ମେଡ଼ିକାଲରେ ଭର୍ତି କରାଯାଇଥିଲା। ଚିକିତ୍ସା ପରେ ପିଲାଟିର ସ୍ୱାସ୍ଥ୍ୟବସ୍ଥା ଠିକ୍ ଥିବା ଡ଼ାକ୍ତର କହିଛନ୍ତି।

ଏହା ପରେ ଭୁବନେଶ୍ୱରସ୍ଥିତ ସୁଭଦ୍ର ମହତାବ ସେବା ସଦନରେ ରଖାଯାଇଛି ବୋଲି କହିଛନ୍ତି ଜିଳ୍ଲା ଶିଶୁ ସୁରକ୍ଷା ଅଧିକାରୀ। ପିଲାଟିର ପରିଚୟ ନଥିଲେ ମଧ୍ୟ ଶିଶୁ ସୁରକ୍ଷା ବିଭାଗର କର୍ମଚାରୀମାନେ ଆଦରରେ କୋଳେଇ ନେଇଥିଲେ ପିଲାଟିକୁ। ମା’ର ସ୍ନେହ ଦେଇ ସମସ୍ତ ପ୍ରକାର ଚିକିତ୍ସା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe