କନକ ବ୍ୟୁରୋ : ଭଲ ଭାବରେ ଦେଖନ୍ତୁ ଏହି ଚିତ୍ରକୁ, ରାୟଗଡା ଉପରେ ଦେଖାଯାଉଥିବା ଫଟୋଟି ହେଉଛି ରାୟଗଡା ଅମ୍ଲାଭଟା ଛକ ଠାରେ ନିର୍ମିତ ହୋଇଥିବା ନୂତନ ବିଇଡି କଲେଜ । ଶିକ୍ଷାଦାନ ନିମନ୍ତେ ସମସ୍ତ ଭିତିଭୂମି ପ୍ରସ୍ତୁତି ହୋଇଥିଲେ ବି ଏହି କୋଠା କାର୍ଯ୍ୟକ୍ଷମ ହୋଇନାହିଁ । ଶିକ୍ଷକ ତିଆରି କରିବା ପାଇଁ ତିଆରି ହୋଇଥିବା ନବନିର୍ମିତ କୋଠା ଏବେ ଭୂତକୋଠି ପାଲଟଛିିି । ପର୍ଯ୍ୟାୟକ୍ରମେ ଏହି କୋଠାରୁ ଝରକା କବାଟ ସାଙ୍ଗକୁ ବିଦ୍ୟୁତ ସରଞ୍ଜାମ ଚୋରି ହୋଇଗଲାଣି ।

Advertisment

ଅନ୍ୟପଟେ କୋଟାପୁଟ ବିଇଡି କଲେଜ ଉପରେ ନିର୍ଭର କରୁଛନ୍ତି ରାୟଗଡା, କୋରାପୁଟ, ମାଲକାନଗିରି ଓ ନବରଙ୍ଗପୁର ଜିଲ୍ଲାର ଛାତ୍ରଛାତ୍ରୀ । ତେଣୁ ୨୦୧୭ରେ ରାୟଗଡ଼ାରେ ବିଇଡି କଲେଜର ଶିଳାନ୍ୟାସ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ପକ୍ଷରୁ ୮କୋଟି ଟଙ୍କା ବ୍ୟୟରେ ବିରାଟ କୋଠା ତିଆରି କରାଯାଇଛି । ବିଦ୍ୟୁତ ବିଭାଗ ପକ୍ଷରୁ ବିଦ୍ୟୁତ ଯୋଗାଣ ମଧ୍ୟ ହୋଇଛି । କିନ୍ତୁ ୬ ବର୍ଷ ହେଲା ରାୟଗଡ଼ା ବିଇଡି କଲେଜ କାର୍ଯ୍ୟକ୍ଷମ ହୋଇ ପାରିନାହିଁ ।

ଅନ୍ୟପଟେ ଆସନ୍ତା ବିଧାନସଭାରେ ଏହି ପ୍ରସଙ୍ଗ ଉଠାଇବା ସହ ବିଇଡି କଲେଜକୁ କାର୍ଯ୍ୟକ୍ଷମ କରିବା ଦିଗରେ ପଦକ୍ଷେପ ନେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ରାୟଗଡା ବିଧାୟକ ମକରନ୍ଦ ମୁଦୁଲି ।

ରାୟଗଡା ବିଇଡି କଲେଜରେ ପାଠପଢି ଶିକ୍ଷକତା କ୍ଷେତ୍ରରେ ଭବିଷ୍ୟତ ଗଢିବେ ବୋଲି ସ୍ୱପ୍ନ ଦେଖିିଥିଲେ ଛାତ୍ରଛାତ୍ରୀ । କିନ୍ତୁ କଲେଜ କାର୍ଯ୍ୟକ୍ଷମ ନହେବାରୁ ଛାତ୍ରଛାତ୍ରୀଙ୍କ ଶିକ୍ଷକ ହେବାର ସ୍ୱପ୍ନ ଧିରେ ଧିରେ ମଉଳି ଯାଉଛି ।