ଦେଶର ତୃତୀୟ ସର୍ବବୃହତ୍ ବ୍ୟାଙ୍କ ଏପ୍ରିଲ ପହିଲାରୁ ହେବ କାର୍ଯ୍ୟକ୍ଷମ : ଗ୍ରାହକଙ୍କ ପାଇଁ ଆଣିବ ଅନେକ ଆକର୍ଷଣୀୟ ସ୍କିମ

25

ଦେଶର ୩ ବଡ଼ ବ୍ୟାଙ୍କ- ବ୍ୟାଙ୍କ ଅଫ୍ ବରୋଦା, ବିଜୟା ବ୍ୟାଙ୍କ ଓ ଦେନା ବ୍ୟାଙ୍କର ମିଶ୍ରଣରେ ସୃଷ୍ଟ ନୂଆ ବ୍ୟାଙ୍କ ଏପ୍ରିଲ ପ୍ରଥମରୁ କାମ କରିବା ଆରମ୍ଭ କରିଦେବ ।

ସୂଚନାଯୋଗ୍ୟ, ତିନି ବ୍ୟାଙ୍କର ମିଶ୍ରଣ ପ୍ରକ୍ରିୟାକୁ ନିର୍ଦ୍ଧାରିତ ସମୟରେ ଶେଷ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଆର୍ଥିକ ବର୍ଷ ୨୦୧୮-୧୯ର ଶେଷ ବେଳକୁ ସମସ୍ତ ଜରୁରୀ ନିୟାମକ ପ୍ରକ୍ରିୟା ସଂପୂର୍ଣ୍ଣ ହେବାର ଆଶା କରାଯାଉଛି । ଏହି ବ୍ୟାଙ୍କ ଗୁଡିକର ମିଶ୍ରଣ ପରେ ଏହି ବ୍ୟାଙ୍କ ଦେଶର ତୃତୀୟ ସବୁଠାରୁ ବଡ଼ ବ୍ୟାଙ୍କ ବନିଯିବ । ତିନି ବ୍ୟାଙ୍କକୁ ମିଶାଇବାପରେ ସୃଷ୍ଟି ହେଉଥିବା ବ୍ୟାଙ୍କର କ୍ଷମତା ବହୁତ ଅଧିକ ହେବ ଓ ଗ୍ରାହକଙ୍କ ପାଇଁ ଅନେକ ଆକର୍ଷଣୀୟ ସ୍କିମ ବି ଆଣିପାରିବ ।

କେନ୍ଦ୍ର ସରକାର ସୋମବାର ୩ଟି ରାଷ୍ଟ୍ରାୟତ ବ୍ୟାଙ୍କର ମିଶ୍ରଣର ଯୋଜନା ଘୋଷଣା କରିଥିଲେ । ବ୍ୟାଙ୍କ ଅଫ୍ ବରୋଦା, ଦେନା ବ୍ୟାଙ୍କ ଓ ବିଜୟା ବ୍ୟାଙ୍କକୁ ମିଶାଇ ଗୋଟିଏ ବ୍ୟାଙ୍କ କରାଯିବାକୁ ଯୋଜନା ରହିଛି । ଏହି ତିନୋଟି ବ୍ୟାଙ୍କ ମିଶିଯିବା ପରେ ବ୍ୟାଙ୍କର ମୋଟ୍ କାରବାର ୧୪.୮୨ ଲକ୍ଷ କୋଟି ଟଙ୍କାର ହୋଇଯିବ । ଏ ବିଷୟରେ ସୂଚନା ଦେଇଥିଲେ କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ । ତିନୋଟି ବ୍ୟାଙ୍କର ନିର୍ଦ୍ଦେଶକ ମଣ୍ଡଳୀକୁ ଏହି ପ୍ରସ୍ତାବ ଉପରେ ବିଚାର କରିବାର ପ୍ରକ୍ରିୟାକୁ ସଂପୂର୍ଣ୍ଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।