କାଲିଠୁ ମୋହନ ସରକାରଙ୍କ ପ୍ରଥମ ବିଧାନସଭା ଅଧିବେଶନ, ବିରୋଧୀ ଦଳ ନେତା ଭୂମିକାରେ ନଜର ଆସିବେ ନବୀନ । ସେପଟେ କଂଗ୍ରେସ ବିଧାୟକ ଦଳ ନେତା ହେଲେ ରାମଚନ୍ଦ୍ର କାଡା

Advertisment
କାଲିଠୁ ମୋହନ ସରକାରଙ୍କ ପ୍ରଥମ ବିଧାନସଭା ଅଧିବେଶନ, ବିରୋଧୀ ଦଳ ନେତା ଭୂମିକାରେ ନଜର ଆସିବେ ନବୀନ । ସେପଟେ କଂଗ୍ରେସ ବିଧାୟକ ଦଳ ନେତା ହେଲେ ରାମଚନ୍ଦ୍ର କାଡା

କନକବ୍ୟୁରୋ:  ୨୫ ବର୍ଷ ପରେ ଏଥର ବିଧାନସଭାର ନୂଆ ଚିତ୍ର ଦେଖିବାକୁ ମିଳିବ । ବିଜେଡି ହେବ ମୁଖ୍ୟ ବିରୋଧୀ ଦଳ । ବିରୋଧୀ ଦଳ ନେତା ପଦରେ ବସିବେ ନବୀନ ପଟ୍ଟନାୟକ । ଆଉ ସରକାରୀ ଦଳ ଆସନରେ ବସିବ ବିଜେପି । ନୂଆ ବିଧାନସଭାରେ ନୂଆ ସରକାର ଓ ନୂଆ ବିରୋଧୀ ଦଳ ସହ ଏଥର ପ୍ରସଙ୍ଗ ବି ନୂଆ ରହିଛି । ଶନିବାର ବିଧାୟକ ଦଳ ବୈଠକରେ ନୂଆ ବିଧାନସଭା ପାଇଁ ରଣନୀତି କରିସାରିଛି ବିଜେଡି । ଦରବୃଦ୍ଧି, ରଥଯାତ୍ରାରେ ପରିଚାଳନା, ଆଇନଶୃଙ୍ଖଳା ପରିସ୍ଥିତି, ଏଏସଓଙ୍କୁ ମାଡ ଘଟଣା, ବାଲେଶ୍ବର ହିଂସା ପ୍ରସଙ୍ଗ ଉଠାଇବ ବିଜେଡି ଆଉ ବିଜେପି କହିଛି , ସବୁ ପ୍ରସଙ୍ଗର ଉପରେ ଆଲୋଚନ କରିବାକୁ ସରକାର ରାଜି ଅଛନ୍ତି ବିଧାନସଭାରେ ଶାସକ ଦଳ ଭାବେ ବିଜେପି ନୂଆ । ଆଉ ୨୫ ବର୍ଷ ଧରି ନିରଙ୍କୁଶ ଶାସନ କ୍ଷମତାରେ ଥିବା ବିଜେଡି ପ୍ରଥମ ଥର ପାଇଁ ବିରୋଧୀ ଦଳର ଭୂମିକା ତୁଲାଇବ । ସରକାରଙ୍କ ଏକମାସର ରିପୋର୍ଟ କାର୍ଡ ଦେଖାଇ ବିଜେପି ସରକାରକୁ ଘେରିବ ବିଜେଡି  । ଆଉ ୨୫ ବର୍ଷର ଶାସନର ହିସାବ ଦେଇ ବିଜେଡିକୁ ବି ଘେରିବ ଶାସକ ବିଜେପି   ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe