କନକବ୍ୟୁରୋ:  ୨୫ ବର୍ଷ ପରେ ଏଥର ବିଧାନସଭାର ନୂଆ ଚିତ୍ର ଦେଖିବାକୁ ମିଳିବ । ବିଜେଡି ହେବ ମୁଖ୍ୟ ବିରୋଧୀ ଦଳ । ବିରୋଧୀ ଦଳ ନେତା ପଦରେ ବସିବେ ନବୀନ ପଟ୍ଟନାୟକ । ଆଉ ସରକାରୀ ଦଳ ଆସନରେ ବସିବ ବିଜେପି । ନୂଆ ବିଧାନସଭାରେ ନୂଆ ସରକାର ଓ ନୂଆ ବିରୋଧୀ ଦଳ ସହ ଏଥର ପ୍ରସଙ୍ଗ ବି ନୂଆ ରହିଛି । ଶନିବାର ବିଧାୟକ ଦଳ ବୈଠକରେ ନୂଆ ବିଧାନସଭା ପାଇଁ ରଣନୀତି କରିସାରିଛି ବିଜେଡି । ଦରବୃଦ୍ଧି, ରଥଯାତ୍ରାରେପରିଚାଳନା, ଆଇନଶୃଙ୍ଖଳାପରିସ୍ଥିତି, ଏଏସଓଙ୍କୁମାଡଘଟଣା, ବାଲେଶ୍ବରହିଂସାପ୍ରସଙ୍ଗଉଠାଇବବିଜେଡି ଆଉ ବିଜେପି କହିଛି , ସବୁପ୍ରସଙ୍ଗରଉପରେଆଲୋଚନକରିବାକୁସରକାରରାଜିଅଛନ୍ତିବିଧାନସଭାରେ ଶାସକ ଦଳ ଭାବେ ବିଜେପି ନୂଆ । ଆଉ ୨୫ ବର୍ଷ ଧରି ନିରଙ୍କୁଶ ଶାସନ କ୍ଷମତାରେ ଥିବା ବିଜେଡି ପ୍ରଥମ ଥର ପାଇଁ ବିରୋଧୀ ଦଳର ଭୂମିକା ତୁଲାଇବ । ସରକାରଙ୍କ ଏକମାସର ରିପୋର୍ଟ କାର୍ଡ ଦେଖାଇ ବିଜେପି ସରକାରକୁ ଘେରିବ ବିଜେଡି  । ଆଉ ୨୫ ବର୍ଷର ଶାସନର ହିସାବ ଦେଇ ବିଜେଡିକୁ ବି ଘେରିବ ଶାସକ ବିଜେପି   ।