ପ୍ରକାଶ ପାଇଲା ଚଳିତ ବର୍ଷର ଅସଲି ଖଡୀରତ୍ନ ପଞ୍ଜିକା, କ’ଣ ରହିଛି ବିଶେଷତ୍ବ ଜାଣନ୍ତୁ

ପ୍ରକାଶ ପାଇଲା ଚଳିତ ବର୍ଷର ଅସଲି ଖଡୀରତ୍ନ ପଞ୍ଜିକା, କ’ଣ ରହିଛି ବିଶେଷତ୍ବ ଜାଣନ୍ତୁ

କନକ ବ୍ୟୁରୋ: ୨୦୨୩-୨୪ ବର୍ଷ ଲାଗି ଉମାକାନ୍ତ ଖଡୀରତ୍ନଙ୍କ ଅସଲି ଖଡୀରତ୍ନ ପଞ୍ଜିକା ପ୍ରକାଶ ପ‌ାଇଛି। ୧୮୬୫ ମସିହାରେ ପ୍ରତିଷ୍ଠିତ ହୋଇଥିବା ଏହି  ପାଞ୍ଜି ଓଡ଼ିଶାର ଅନ୍ୟତମ ପୁରାତନ ପାଞ୍ଜି ଭାବରେ ବେଶ୍ ଜଣାଶୁଣା। ସଂପ୍ରତି ଉମାକାନ୍ତ ଖଡ଼ୀରତ୍ନଙ୍କ ଦୁଇ ସୁପୁତ୍ର ଇଂ.ପ୍ରିୟଦର୍ଶୀ ଖଡ଼ୀରତ୍ନ ଓ ଇଂ. ଦେବଦର୍ଶୀ ଖଡ଼ୀରତ୍ନ ଏହାର ସଂପାଦନା କରୁଛନ୍ତି। ଶ୍ରୀଜଗନ୍ନାଥ ମନ୍ଦିରରେ ପ୍ରଚଳିତ ଏବଂ ପୁରୀ ଗଜପତିଙ୍କଠାରୁ ଏକମାତ୍ର ‘ଖଡ଼ୀରତ୍ନ’ ଉପାଧି ପ୍ରାପ୍ତ ଏହି ପାଞ୍ଜିର ରହିଛି ଅନେକ ବିଶେଷତ୍ବ। ଆସନ୍ତୁ ଜାଣିବା କ’ଣ ରହିଛି ଏହାର ସ୍ବାତନ୍ତ୍ର୍ୟ।

ପ୍ରଥମତଃ, ଚଳିତ ବର୍ଷ ତିଥି ନକ୍ଷତ୍ର ଯୋଗ କାରଣ ତଥା ବାର ଇତ୍ୟାଦି ପଞ୍ଚାଙ୍ଗ ଏବଂ ଜ୍ୟୋତିଷ ସମ୍ବନ୍ଧିତ ତଥ୍ୟ ସହ ଦୈନିକ ସୁର୍ୟୋଦୟ ସୂର୍ଯ୍ୟାସ୍ତ ଚନ୍ଦ୍ରଦୃଶ୍ୟ ସମୟ ପ୍ରଦତ୍ତ ରହିଛି।

ଦ୍ବିତୀୟରେ, ଚଳିତ ବର୍ଷ ବୃହସ୍ପତିଙ୍କର ଅପ୍ରେଲ ୨୧ ତାରିଖରେ ମେଷ ରାଶିକୁ ସଂଚାର ସହ ଶୁଭାଶୁଭ ଏବଂ ରହୁ କେତୁଙ୍କର ନଭେମ୍ବର ୨୮ ତାରିଖରେ ଯଥାକ୍ରମେ ମୀନ ଓ କନ୍ୟା ରାଶିକୁ ସଂଚାର ସହ ଶୁଭାଶୁଭ ଏବଂ ଅଶୁଭ ନିରାକରଣ ପ୍ରଦତ୍ତ ରହିଛି।

ତୃତୀୟରେ, ଚଳିତ ବର୍ଷ ଭୂପୃଷ୍ଠରେ ଚାରିଗୋଟି ଗ୍ରହଣ ସଂଗଠିତ ହେଉଥିଲେ ମଧ୍ୟ ଓଡ଼ିଶା ତଥା ଭାରତକୁ ଅକ୍ଟୋବର ୨୮ ତାରିଖ ଶନିବାର, ଅଶ୍ୱିନ ପୁର୍ଣିମାରେ ସଂଗଠିତ ହେବାକୁ ଥିବା ଚନ୍ଦ୍ରଗ୍ରହଣ ଦୃଶ୍ୟ ଏବଂ ପାଳନୀୟ|  ଏହି ଚନ୍ଦ୍ରଗ୍ରହଣର ସ୍ପର୍ଶ ମୋକ୍ଷାଦି ତଥ୍ୟ ସହ ଦେବନୀତି ପାକକର୍ମ ଆଦିର ସମୟ ଭାରତୀୟ ସାଧାରଣ ସମୟ ଅନୁସାରେ ପ୍ରଦତ୍ତ ରହିଛି।

ଚତୁର୍ଥରେ, ଏହାସହିତ ଦୈନିକ ରାଶିଫଳ, ନାକ୍ଷେତ୍ରିକ ସତର୍କତା, ଶୁଭ ଅଶୁଭ ବେଳା ସମ୍ବନ୍ଧୀୟ ତଥ୍ୟ ମଧ୍ୟ ଏହି ପାଞ୍ଜିରେ ରହିଛି।

ପଞ୍ଚମରେ, ୨୦୨୩-୨୪ ମସିହାର ରାଷ୍ଟ୍ରଫଳରେ ବିଶ୍ୱ କ୍ଷେତ୍ରରେ, ଭାରତ ଏବଂ ଓଡ଼ିଶା ପାଇଁ ରାଜନୀତିଠାରୁ ଆରମ୍ଭ କରି ପାଣିପାଗ, କୃଷି, ପ୍ରାକୃତିକ ବିପର୍ଯ୍ୟୟ ଇତ୍ୟାଦି ବିସ୍ତୃତ ଭାବରେ ବର୍ଣନା କରାଯାଇଛି।

ଶେଷରେ ପ୍ରତ୍ୟେକ ମାସ ସଂକ୍ରାନ୍ତିରେ ଗ୍ରହ ତଥ୍ୟ ସହ ବାର ରାଶିର ମାସିକ ରାଶିଫଳ, ପାଣିପାଗ ଇତ୍ୟାଦି ସହିତ ମାସର ଶୁଭାଶୁଭ ପ୍ରଦତ୍ତ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe