ବିଜେଡି ନେତାଙ୍କୁ ନୂଆ ଦାୟିତ୍ୱ । ୧୯ କୁରୁକ୍ଷେତ୍ରରେ ବିଜୟ ପାଇଁ ବିଭିନ୍ନ ଜିଲ୍ଲାର ନେତାଙ୍କୁ ନୂଆ ନିଯୁକ୍ତି ଦେଲେ ବିଜେଡି ସୁପ୍ରିମୋ ।

889

କନକ ବ୍ୟୁରୋ: ବିଜେଡି ନେତାଙ୍କୁ ନୂଆ ଦାୟିତ୍ୱ । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିଷ୍ପତି କ୍ରମେ କେନ୍ଦ୍ରାପଡ଼ା ଜିଲ୍ଲା ବିଜେଡି ସଭାପତି ଭାବେ ବିଧାୟକ କିଶୋର ତରାଇଙ୍କୁ ନିଯୁକ୍ତି ଦେଇଛନ୍ତି । ସେହିଭଳି ଜିଲ୍ଲା ବିଜେଡି ମହାସଚିବ ଭାବେ ନିଶିକାନ୍ତ ପ୍ରଧାନ ଓ ଜିଲ୍ଲା ବିଜେଡି ଉପ-ସଭାପତି ଭାବେ ଅଜିତ ନାୟକଙ୍କୁ ନିଯୁକ୍ତ କରିଛନ୍ତି ବିଜେଡି ସୁପ୍ରିମୋ ।


ଅନ୍ୟପଟେ ସୁମିତ୍ରା ଜେନାଙ୍କୁ ବିଜେଡି ରାଜ୍ୟ ସାଧାରଣ ସମ୍ପାଦକ ସହିତ ବାଲେଶ୍ୱର ଓ ଭଦ୍ରକ ଜିଲ୍ଲା ସହ ପର୍ଯ୍ୟବେକ୍ଷକ ଦାୟିତ୍ୱ ତୁଲାଇବାକୁ ବିଜେଡି ସୁପ୍ରିମୋଙ୍କ ନିର୍ଦ୍ଦେଶ । ସେହିପରି କମଳା ତିଆରିଙ୍କୁ ବିଜୁ ମହିଳା ଜନତା ଦଳର ରାଜ୍ୟ ଉପ-ସଭାନେତ୍ରୀ ଏବଂ ବାରିପଦା ନିର୍ବାଚନ ମଣ୍ଡଳୀ ପାଇଁ ସହ-ପର୍ଯ୍ୟବେକ୍ଷକ ଦାୟିତ୍ୱ, ସୁଜାତା ଜେନାଙ୍କୁ ମହିଳା ବିଜେଡି ରାଜ୍ୟ ସମ୍ପାଦିକା ଏବଂ ତନ୍ମୟ ସ୍ୱାଇଁଙ୍କୁ ଏରସମା-ବାଲିକୁଦା ଓ ପାରଦୀପ ବିଧାନସଭା କ୍ଷେତ୍ର ପାଇଁ ସହ ପର୍ଯ୍ୟବେକ୍ଷକ ଦାୟିତ୍ୱ ଦେଇଛନ୍ତି ନବୀନ ।