କନକ ବ୍ୟୁରୋ : କୋଭିଡ ବିରୋଧୀ ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ଏକ ବଡ଼ ଧରଣର ସଫଳତା ମିଳିବାକୁ ଯାଉଛି । କରୋନା ଆକ୍ରାନ୍ତଙ୍କୁ ଠିକ୍ କରିବା ପାଇଁ ଆସିବାକୁ ଯାଉଛି ଏକ ଚମତ୍କାରୀ ଔଷଧ । ଏହି ଔଷଧର ନାଁ ହେଉଛି ‘ମୋଲନୁପିରାଭିର’ । ନାଟକୋ ଫାର୍ମା କମ୍ପାନୀ ଏହି ଔଷଧର ତୃତୀୟ ପର୍ଯ୍ୟାୟ କ୍ଲିନିକାଲ ଟ୍ରାଏଲ ପାଇଁ ଅନୁମତି ପାଇଛି ।
୨ଟି ପର୍ଯ୍ୟାୟ କ୍ଲିନିକାଲ ଟ୍ରାଏଲରେ ଏହି ଔଷଧ କରୋନା ଆକ୍ରାନ୍ତଙ୍କ ବିରୋଧରେ ବେଶ ପ୍ରଭାବୀ ହୋଇଛି । ବରିଷ୍ଠ ଡାକ୍ତର ନିରୋଜ ମିଶ୍ର କହିଛନ୍ତି ଆଗାମୀ ଅଗଷ୍ଟ କିମ୍ବା ସେପ୍ଟେମ୍ବର ସୁଧା ଏହି ଔଷଧ ଭାରତକୁ ଆସିଯିବ । ଏହି ଔଷଧ ସାମାନ୍ୟରୁ ମଧ୍ୟମ ଧରଣର ଲକ୍ଷଣ ଥିବା କରୋନା ଆକ୍ରାନ୍ତଙ୍କୁ ଦିଆଗଲେ ମାତ୍ର ୫ ଦିନ ଭିତରେ ସେ କରୋନା ମୁକ୍ତ ହୋଇପାରିବେ ବୋଲି ଦାବି କରିଛନ୍ତି ଡାକ୍ତର ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/06/23.jpg)