ChatGPT ପରି ଏହା ଆଉ ଏକ ଟୁଲ୍ ଆସିଲା । ମୃତ୍ୟୁର ମଧ୍ୟ ପୂର୍ବାନୁମାନ କରିପାରିବ ।

Advertisment
ChatGPT ପରି ଏହା ଆଉ ଏକ ଟୁଲ୍  ଆସିଲା ।  ମୃତ୍ୟୁର ମଧ୍ୟ ପୂର୍ବାନୁମାନ କରିପାରିବ ।

ବୈଜ୍ଞାନିକମାନେ ଏକ ନୂତନ ସଫ୍ଟୱେୟାର ସୃଷ୍ଟି କରିଛନ୍ତି ଯାହା ମାନବ ଜୀବନର ପ୍ରତ୍ୟେକ ପର୍ଯ୍ୟାୟର  ପୂର୍ବାନୁମାନ କରିପାରିବ । ଏହା ଜଣେ ବ୍ୟକ୍ତିର ମୃତ୍ୟୁ ବିଷୟରେ ମଧ୍ୟ ପୂର୍ବାନୁମାନ କରିପାରିବ ବୋଲି କୁହାଯାଉଛି । ଡେନମାର୍କର ବୈଜ୍ଞାନିକମାନେ ଏହି ସଫ୍ଟୱେୟାର ବିକାଶ କରିଛନ୍ତି ।  ସେମାନେ ଏହି  ସଫ୍ଟୱେର୍ ଚାଟ୍ ଜିଟିପି ପରି କାମ କରିବ ବୋଲି ଦାବି କରିଛନ୍ତି । ଏହାର କାର୍ଯ୍ୟ ହେଉଛି ଲୋକଙ୍କ ଜୀବନକୁ ଆକଳନ କରିବା ଏବଂ ସେମାନଙ୍କ ଜୀବନର ପୂର୍ବାନୁମାନ କରିବା ।

କୃତ୍ରିମ ବୁଦ୍ଧିମତା(AI) ଏବଂ ଲକ୍ଷ ଲକ୍ଷ ଲୋକଙ୍କ ତଥ୍ୟ ସାହାଯ୍ୟରେ ଡେନମାର୍କ ଅନୁସନ୍ଧାନକାରୀମାନେ ଏକ ଆଲଗୋରିଦମ ସୃଷ୍ଟି କରିଛନ୍ତି ଯାହା ଜଣେ ବ୍ୟକ୍ତିଙ୍କ ଜୀବନର ପ୍ରତ୍ୟେକ ପର୍ଯ୍ୟାୟକୁ ସଠିକ୍ ଭାବରେ ପୂର୍ବାନୁମାନ କରିପାରିବ ଏବଂ ଜଣେ ବ୍ୟକ୍ତି କେବେ ମୃତ୍ଯୁବରଣ କରିବ ତାହା ମଧ୍ୟ ପୂର୍ବାନୁମାନ କରିପାରିବ । ଅନୁସନ୍ଧାନକାରୀମାନେ କହିଛନ୍ତି ଯେ ଟେକ୍ନୋଲୋଜିର ଶକ୍ତି ଏବଂ ଏହାର ବିପଦ ବିଷୟରେ ସଚେତନତା ସୃଷ୍ଟି କରିବା ସେମାନଙ୍କର ଉଦ୍ଦେଶ୍ୟ । ଏହାର ସବୁଠାରୁ ବିଶେଷ କଥା ହେଉଛି ମୃତ୍ୟୁର ପୂର୍ବାନୁମାନ କରିବାର କ୍ଷମତା ।

‘ଲାଇଫ୍ 2 ୱେକ୍’ ନାମକ ଏହି ଆଲଗୋରିଦମ ଡିପ ଲରନିଙ୍ଗ କାର୍ଯ୍ୟକ୍ରମ ମାଧ୍ୟମରେ ଲୋକଙ୍କ ସ୍ୱାସ୍ଥ୍ୟ ଏବଂ ସାମାଜିକ ଜୀବନରେ ଘଟୁଥିବା ଘଟଣାଗୁଡ଼ିକୁ ପୂର୍ବାନୁମାନ କରିବାରେ ସକ୍ଷମ ହେବ ।  ଅନୁସନ୍ଧାନକାରୀମାନେ କହିଛନ୍ତି ଯେ ମାନବ ଜୀବନର ଆକଳନ ପାଇଁ ଏହା ଏକ ସରଳ ଢାଞ୍ଚା ।  ଅଧ୍ୟୟନର ଫଳାଫଳ ନେଚର ସାଇନ୍ସ ଜର୍ନାଲ ପତ୍ରିକାରେ ପ୍ରକାଶ ପାଇଛି ।

ଏହି ଉପକରଣ ଅନେକ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଭବିଷ୍ୟବାଣୀ କରିପାରିବ ଯେପରି ପ୍ରଜନନ, ମେଦବହୁଳତା, କର୍କଟ ରୋଗର ସମ୍ଭାବନା, ଜଣେ ବ୍ୟକ୍ତି ବହୁତ ଟଙ୍କା ରୋଜଗାର କରିବାକୁ ସକ୍ଷମ ହେବ କି ନାହିଁ ତାହା ସବୁକିଛି କହିପାରିବ । ଏହି ଆଲଗୋରିଦମ ChatGTP ସହିତ ସମାନ ପ୍ରକ୍ରିୟା ବ୍ୟବହାର କରେ ଏବଂ  ଜୀବନର ଅନେକ ଦିଗକୁ ବିଶ୍ଳେଷଣ କରିଥାଏ ଯେପରିକି ଜନ୍ମ ତାରିଖ, ଶିକ୍ଷା, ସାମାଜିକ ଲାଭ ଏବଂ କାର୍ଯ୍ୟ ସୂଚୀ ।

ମିଡିଆ ରିପୋର୍ଟ ଅନୁଯାୟୀ, ଏହି କାର୍ଯ୍ୟକ୍ରମର ନାମ ଖୁବ୍ ଶୀଘ୍ର ‘ଡେଥ୍ କାଲକୁଲେଟର’ ରଖାଯିବ । AFP ଅନୁଯାୟୀ, କେତେକ ଠକେଇ ୱେବସାଇଟ୍ ଏପରିକି ବ୍ୟକ୍ତିଗତ ସୂଚନା ଦେବା ବଦଳରେ AI ମାଧ୍ୟମରେ ଲୋକଙ୍କୁ ସେମାନଙ୍କର ଆୟୁଷ ଜଣାଇବାକୁ ପ୍ରତିଶୃତି ଦେଉଛନ୍ତି  କିନ୍ତୁ ଅନୁସନ୍ଧାନକାରୀମାନେ କହିଛନ୍ତି ଯେ ବର୍ତ୍ତମାନ ଏହି ସଫ୍ଟୱେୟାରଟି କେବଳ କମ୍ପାନୀ ସତ୍ତ୍ବାଧିକାରରେ ଅଛି ଏବଂ ଏହା  ଇଣ୍ଟରନେଟରେ ଉପଲବ୍ଧ ନାହିଁ ।

‘ଲାଇଫ୍ 2 ୱେକ୍’ ମଡେଲରେ ବର୍ତ୍ତମାନ ଡେନମାର୍କର ୬୦ ଲକ୍ଷ  ଲୋକଙ୍କ ତଥ୍ୟ ରହିଛି, ଯାହା ସରକାରୀ ପରିସଂଖ୍ୟାନ ଡେନମାର୍କ ଏଜେନ୍ସି ଦ୍ୱାରା ସଂଗୃହିତ ହୋଇଛି । ଘଟଣାଗୁଡ଼ିକର କ୍ରମ ଅଧ୍ୟୟନ କରି, ଏହା ଶେଷ ନିଶ୍ୱାସ ପର୍ଯ୍ୟନ୍ତ ପୂର୍ବାନୁମାନ କରିପାରିବ । ମୃତ୍ୟୁ ପୂର୍ବାନୁମାନ କରିବାରେ ଏହା ୭୮ ପ୍ରତିଶତ ସଠିକ୍ ହୋଇଛି ।

ଅନୁସନ୍ଧାନକାରୀମାନେ କହିଛନ୍ତି ଯେ ସେମାନେ ୩୫  ରୁ ୬୫ ବୟସ ମଧ୍ୟରେ ଥିବା ଲୋକଙ୍କୁ ପୂର୍ବାନୁମାନ କରୁଛନ୍ତି  ଏବଂ ୨୦୦୮  ରୁ ୨୦୧୬ ପର୍ଯ୍ୟନ୍ତ ୮  ବର୍ଷର ସମୟକୁ ଆଧାର କରି ଜଣାଇଛନ୍ତି ଯେ ଏହି ବ୍ୟକ୍ତି ଜଣକ ଆସନ୍ତା ଚାରି ବର୍ଷ ମଧ୍ୟରେ ମୃତ୍ୟୁ ହେବାର ସମ୍ଭାବନା ଅଛି କି ? ଏହି ସଫ୍ଟୱାରେ ବର୍ତ୍ତମାନ କେବଳ ରିସର୍ଚ ପାଇଁ ବ୍ୟବହାର ହେଉଛି । ରିସର୍ଚ୍ଚ ସେଟିଂ ବାହାରେ ବ୍ୟବହାର ପାଇଁ ଏହି ଉପକରଣ ଏପର୍ଯ୍ୟନ୍ତ ଉପଲବ୍ଧ ହେଇନାହିଁ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe