କନକ ବ୍ୟୁରୋ: ବାହାରିନସ୍ଥିତ ଭାରତୀୟ ଦୂତାବାସରେ ପାଳିତ ହୋଇଛି ୭୨ ତମ ସମ୍ବିଧାନ ଦିବସ । ଏଥିରେ ଯୋଗ ଦେଇଥିଲେ ବାହାରିନ ଓଡିଆ ସମାଜର ପ୍ରତିଷ୍ଠାତା ଡକ୍ଟର ଅରୁଣ କୁମାର ପ୍ରହରାଜ । ଏହି ଅବସରରେ ଦିଲ୍ଲୀରୁ ସଂସଦ ଭବନରେ ଚାଲୁଥିବା କାର୍ଯ୍ୟକ୍ରମର ସିଧା ପ୍ରସାରଣ ବ୍ୟବସ୍ଥା କରାଯାଇଥିଲା ।
ବାହାରିନରେ ଏହି କାର୍ଯ୍ୟକ୍ରମର ଉଦଘାଟନ କରିଥିଲେ ଭାରତୀୟ ରାଷ୍ଟ୍ରଦୂତ ପୀୟୁଷ ଶ୍ରୀବାସ୍ତବ । ଏହି ଉପଲକ୍ଷେ ଏକ ନୂଆ ଆପ୍ ଜାରି କରାଯାଇଛି । ଫଳରେ ପ୍ରବାସୀ ଭାରତୀୟମାନେ ନିଜ ମୋବାଇଲ ଫୋନ ଜରିଆରେ ଏମ୍ବାସିରେ ନିଜର ପାସପୋର୍ଟ, ଇମିଗ୍ରେସନ୍ ଏବଂ ଅନ୍ୟ ଦରକାରୀ କାମ ପାଇଁ ସିଧାସଳଖ ଅନୁମୋଦନ ନେଇପାରିବେ । ଯାହା ପୂର୍ବରୁ କେବଳ ଇ-ମେଲ ଜରିଆରେ ସମ୍ଭବ ହେଉଥିଲା । ବାହାରିନରେ କାମ କରୁଥିବା ଶ୍ରମଜୀବିଙ୍କ ପାଇଁ ଏହି ସେବା ବେଶ ସହାୟକ ହୋଇପାରିବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/11/vlcsnap-2021-11-27-11h25m53s009.png)