ସ୍ମାର୍ଟସିଟିକୁ ଅଧିକ ସ୍ମାର୍ଟ କରିବାକୁ ଆସିବ ଆପ୍ । ଗୋଟିଏ ଆପରେ ରହିବ ପୂରା ରାଜଧାନୀ, ପର୍ଯ୍ୟଟକଙ୍କୁ ବୁଲାଇବ ପୂରା ସହର ।

238

କନକ ବ୍ୟୁରୋ: ଗୋଟିଏ ଆପରେ ପୂରା ଭୁବନେଶ୍ୱର । ସ୍ମାର୍ଟସିଟିର ଟିକିନିକି ତଥ୍ୟ ମିଳିବ ଗୋଟିଏ ଆପରେ । ପାର୍କ ଠାରୁ ଆରମ୍ଭ କରି ବଜାର, ମନ୍ଦିର ଠାରୁ ଆରମ୍ଭ କରି ମଲ ପର୍ଯ୍ୟନ୍ତ ପ୍ରତି କ୍ଷେତ୍ରରେ ସହାୟକ ସାଜିବ ଏହି ଆପ୍ । ପୂରା ଭୁବନେଶ୍ୱରର ନକ୍ସା ରହିବ ଏହି ଆପ୍ ମଧ୍ୟରେ । ଯେଉଁ ଆପକୁ ଏବେ ବିକଶିତ କରାଯାଉଥିବା କହିଛନ୍ତି ଭୁବନେଶ୍ୱର ସ୍ମାର୍ଟସିଟିର ନିର୍ଦ୍ଦେଶକ ତଥା ସିଇଓ ପ୍ରେମ ଚନ୍ଦ୍ର ଚୌଧୁରୀ ।

ସ୍ମାର୍ଟସିଟିକୁ ଆସୁଥିବା ପର୍ଯର୍୍ୟଟକଙ୍କ ପାଇଁ ଏହି ଆପ ସହାୟକ ଭଳି କାର୍ଯ୍ୟ କରିବ । ଏପରିକି ସ୍ମାର୍ଟସିଟିରେ ମିଳୁଥିବା ସୁବିଧାରେ କେତେ ସନ୍ତୁଷ୍ଟ ଅଛନ୍ତି ସେନେଇ ଏହି ଆପ୍ ମାଧ୍ୟମରେ ରେଟିଂ ଦେଇପାରିବେ ସାଧାରଣ ଜନତା । ଯଦି ରେଟିଂ ଭଲ ନ ରୁହେ ତେବେ ଏହାର ଅଧିକ ଉନ୍ନତି କିଭଳି କରାଯିବ ସେନେଇ ଲୋକଙ୍କ ମତାମତ ଗ୍ରହଣ କରାଯିବା ସହ ଏ ଦିଗରେ କାର୍ଯ୍ୟ କରାଯିବ । ଏହାଛଡା ଏହି ରେଟିଂ ଆଧାରରେ ଭୁବନେଶ୍ୱରରେ ସ୍ୱଚ୍ଛତା, ସୁରକ୍ଷା ବ୍ୟବସ୍ଥା କିଭଳି ରହିଛି ତାହା ଜାଣିପାରିବେ ପର୍ଯ୍ୟଟକ । ଏହାବାଦ୍ ସହରର ସଂସ୍କୃତି, ପରମ୍ପରା ବାବଦରେ ମଧ୍ୟ ଅବଗତ ହୋଇପାରିବେ ପର୍ଯ୍ୟଟକ । ଏହି ପ୍ରୋଜେକ୍ଟକୁ ଏବେ ପାଇଲଟ ପ୍ରୋଜେକ୍ଟ ଭାବେ ଆରମ୍ଭ କରାଯିବା ନେଇ ନିଷ୍ପତି ନିଆଯାଇଛି ।