୧୫ ଜିଲ୍ଲାରୁ ଆଉ ୬୩ ନୂଆ ପଜିଟିଭ ଚିହ୍ନଟ: ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୭୨୩ ରେ ପହଞ୍ଚିଲା; ସଂକ୍ରମିତଙ୍କ ଭିତରୁ ସଙ୍ଗରୋଧରେ ଥିଲେ ୬୧, ୨ଜଣ ସ୍ଥାନୀୟ ସଂକ୍ରମିତ

Advertisment
୧୫ ଜିଲ୍ଲାରୁ ଆଉ ୬୩ ନୂଆ ପଜିଟିଭ ଚିହ୍ନଟ: ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୭୨୩ ରେ ପହଞ୍ଚିଲା; ସଂକ୍ରମିତଙ୍କ ଭିତରୁ ସଙ୍ଗରୋଧରେ ଥିଲେ ୬୧,  ୨ଜଣ ସ୍ଥାନୀୟ ସଂକ୍ରମିତ

କନକ ବ୍ୟୁରୋ: ରାଜ୍ୟରେ ଆଉ ୬୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୬୧ ଜଣ ସଂଗରୋଧ କେନ୍ଦ୍ରରେ ଥିବା ବେଳେ ୨ ଜଣ ସ୍ଥାନୀୟ ବାସିନ୍ଦା । ୬୩ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ଗଂଜାମରୁ ୪ ଜଣ, ବାଲେଶ୍ୱର ୩ ଜଣ, ଖୋର୍ଦ୍ଧାରୁ ୧୨ ଜଣ, କଟକରୁ ୩ ଜଣ, ପୁରୀରୁ ଜଣେ, ନୟାଗଡରୁ ୭ ଜଣ, ବଲାଙ୍ଗୀରରୁ ୬ଜଣ, ଜଗତସିଂହପୁରରୁ ୧୧ ଜଣ, ସୁନ୍ଦରଗଡରୁ ୨ ଜଣ, ମୟୁଭଂଜରୁ ଜଣେ, ଢେଙ୍କାନାଳରୁ ୯ ଜଣ, ସମ୍ବଲପୁର, କୋରାପୁଟ,ଝାରସୁଗୁଡା, ନବରଙ୍ଗପୁରରୁ ଜଣେ ଲେଖାଁଏ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୭ ଶହ ୨୩ରେ ପହଚିଂଛି ।

ଆଜି ୧୫ଟି ଜିଲ୍ଲାରୁ ଏହି ୬୩ଜଣ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ଆଜି ଚିହ୍ନଟ ହୋଇଥିବା ପଜିଟିଭଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୨ ଜଣ ରହିଥିବାବେଳେ ନୟାଗଡ଼ ଜିଲ୍ଲାରୁ ୭ଜଣ ସଂକ୍ରମିତ ଅଛନ୍ତି। ଜଗତସିଂହପୁର ଜିଲ୍ଲାରୁ ୧୧ଜଣ, ବଲାଙ୍ଗୀରରୁ ୬ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଗଞ୍ଜାମରୁ ୪, ବାଲେଶ୍ୱରରୁ ୩ ଜଣ, କଟକରୁ ୩ ଜଣ, ସୁନ୍ଦରଗଡ଼ରୁ ୨ ଜଣ, ମୟୁରଭଞ୍ଜ , ପୁରୀ, ସମ୍ବଲପୁର, କୋରାପୁଟ, ଝାରସୁଗୁଡ଼ା ଓ ନବରଙ୍ଗପୁର ଓ ଜଣେ ଲେଖାଏଁ ପଜିଟିଭ ଚିହ୍ନଟ ହୋଇଛନ୍ତି | ଢେଙ୍କନାଳ ଜିଲ୍ଲାରୁ ୯ଜଣ ଚିହ୍ନଟ ହୋଇଥିବା ଜଣାଯାଇଛି। ଏବେ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୮୨୭ରେ ପହଞ୍ଚିଥିବା ବେଳେ ୮୮୯ଜଣ ସୁସ୍ଥ ହୋଇଛନ୍ତି। ଏବେ କରୋନାଜନିତ ମୃତ୍ୟୁ ସଂଖ୍ୟା ୭ରେ ପହଞ୍ଚିଛି। ତେଣେ କରୋନା ବ୍ୟତୀତ ଅନ୍ୟ ଦୁଇଜଣଙ୍କର ମୃତ୍ୟୁ ଘଟିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe