କନକ ବ୍ୟୁରୋ : କେନ୍ଦ୍ର ସରକାର ୫ ଶହ ଟଙ୍କିଆ ଓ ଏକ ହଜାର ଟଙ୍କାକୁ ଅଚଳ ଘୋଷଣା କରିବା ପରେ ବଜାର ମଧ୍ୟ ଅଚଳ ହୋଇପଡିଛି । ଖୁଚୁରା ପାଇଁ ଲୋକେ ନାହିଁ ନଥିବା ହଇରାଣ ହେଉଛନ୍ତି । ତେବେ ଆଜି ସକାଳ ୮ଟାରୁ ବ୍ୟାଙ୍କ ଖୋଲିଛି । ଲୋକେ ନିଜ ପରିଚୟ ପତ୍ର ସଙ୍ଗରେ ନେଇ ନିଜ ଆକାଉଂଟରେ ପୁରୁଣା ନୋଟ ଜମା କରିପାରିବେ । ବ୍ୟାଙ୍କ ଗୁଡିକ ରାତି ୮ଟା ଯାଏଁ ଖୋଲାରହିବ ।
ଏହାସହ ଶନିବାର ଓ ରବିବାର ଦିନ ସମସ୍ତ ସରକାରୀ ଓ ରାଷ୍ଟ୍ରାୟତ ବ୍ୟାଙ୍କ ଖୋଲା ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ଆରବିଆଇ । ବଜାରକୁ ଆସିଛି ନୂଆ ନୋଟ୍ । ଅନ୍ୟପଟେ ଗତକାଲି ପରି ଆଜି ମଧ୍ୟ ଏଟିଏମ ବନ୍ଦ ରହିବ । ଆସନ୍ତାକାଲିଠାରୁ ସମସ୍ତ ଏଟିଏମ ଖୋଲା ରହିବ । ଏଟିଏମରେ ନୂଆ ୫ଶହ ଓ ୨ହଜାର ଟଙ୍କିଆ ନୋଟ୍ ଉପଲବ୍ଧ ରହିବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2016/11/2016_11largeimg10_Nov_2016_081325797.jpg)