ପୁରୀରୁ ଚିହ୍ନଟ ହେଲେ ଆଉ ୪ କରୋନା ପଜିଟିଭ୍ । ସୂଚନା ଦେଲେ ପୁରୀ ଜିଲ୍ଲାପାଳ, ରାଜ୍ୟରେ ୮୩୪ରେ ପହଞ୍ଚିଲା ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ।

Advertisment
ରାଜ୍ୟ ପାଇଁ ଆଶ୍ୱସ୍ତିକର ଖବର । ପୁଣି ସୁସ୍ଥ ହେଲେ ଆଉ ୨ ହଜାର ୧୨୮ ଆକ୍ରାନ୍ତ । ୨ ଲକ୍ଷ ୫୭ ହଜାର ୪୧ରେ ପହଞ୍ଚିଲା ସୁସ୍ଥ ସଂଖ୍ୟା ।

କନକ ବ୍ୟୁରୋ : ରାଜ୍ୟରେ ଚିହ୍ନଟ ହୋଇଛନ୍ତି ଆଉ ୪ କରୋନା ପଜିଟିଭ୍ । ୪ ଜଣ ଆକ୍ରାନ୍ତ ପୁରୀର ହୋଇଥିବା ସୂଚନା ମିଳିଛି । ଏନେଇ ସୂଚନା ଦେଇଛନ୍ତି ପୁରୀ ଜିଲ୍ଲାପାଳ । ଆକ୍ରାନ୍ତ ୪ ଜଣଙ୍କ ମଧ୍ୟରୁ ୩ ଜଣ କ୍ୱାରେଣ୍ଟାଇନରେ ଥିଲେ । ପୁରୀ ସହରରୁ ୨, କୋଣାର୍କ ଏବଂ ପିପିଲିରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସୂଚନା ମିଳିଛି ।

ତେବେ ରାଜ୍ୟରେ ଆଜି ଗୋଟିଏ ଦିନରେ ୯୭ ନୂଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଆଜି ୯୭ ଆକ୍ରାନ୍ତ ଚିହ୍ନଟ ପରେ ରାଜ୍ୟରେ ମୋଟ୍ ଆକ୍ରାନ୍ତ ସଂଖ୍ୟା ୮୩୪କୁ ବୃଦ୍ଧି ପାଇଛି । ଏହି ୯୭ ଜଣ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ଭଦ୍ରକରେ ୨୮, ବାଲେଶ୍ୱରରେ ୧୭, ଗଂଜାମ ୧୫, କଟକ ୧୨, ପୁରୀ ୧୧, କେନ୍ଦୁଝର ୪, ଖୋର୍ଦ୍ଧା ୩, ବଲାଙ୍ଗିର ୪, କେନ୍ଦ୍ରପଡା, ସୁନ୍ଦରଗଡ ଓ ସମ୍ବଲପୁରରେ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe