ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୮୦ ହଜାର ପାର୍: ୩୦ ଜିଲ୍ଲାରୁ ଆଜି ଆଉ ୨୯୪୯ ପଜିଟିଭ; ଦିନିକିଆ ସଂକ୍ରମିତ ମାମଲାରେ ଗଂଜାମ ଓ ଖୋର୍ଦ୍ଧାକୁ ଟପିଲା କଟକ: କଟକରୁ ସର୍ବାଧିକ ୫୮୯, ଖୋର୍ଦ୍ଧାରୁ ୪୭୪ ପଜିଟିଭ ଚିହ୍ନଟ

Advertisment
ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୮୦ ହଜାର ପାର୍: ୩୦ ଜିଲ୍ଲାରୁ ଆଜି ଆଉ ୨୯୪୯ ପଜିଟିଭ; ଦିନିକିଆ ସଂକ୍ରମିତ ମାମଲାରେ ଗଂଜାମ ଓ ଖୋର୍ଦ୍ଧାକୁ ଟପିଲା କଟକ: କଟକରୁ ସର୍ବାଧିକ ୫୮୯, ଖୋର୍ଦ୍ଧାରୁ ୪୭୪ ପଜିଟିଭ ଚିହ୍ନଟ

କନକ ବ୍ୟୁରୋ: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପ୍ରତି ଦିନ ରେକର୍ଡ ଭାଙ୍ଗୁଛି । ଆଜି ପୁଣି ୩୦ ଜିଲ୍ଲାରୁ ୨୯ ଶହ ୪୯ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ରାଜ୍ୟରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୮୦ ହଜାର ଟପିଛି । ତେବେ ।ଜି ଚିହ୍ନଟ ହୋଇଥିବା ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୧୮ ଶହ ୨୬ ଜଣ ଆକ୍ରାନ୍ତ ରାଜ୍ୟର ବିଭିନ୍ନ ସଂଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ବାକି ୧୧୨୩ ଜଣ ଆକ୍ରାନ୍ତ ହେଉଛି ଲୋକାଲ କେସ୍ । ବଡ କଥା ହେଉଛି ଦିନିକିଆ ସଂକ୍ରମଣ ମାମଲାରେ ଖୋର୍ଦ୍ଧା ଏବଂ ଗଂଜାମକୁ ଟପିଛି କଟକ ଜିଲ୍ଲାର । ଆଜି କଟକରେ ସର୍ବାଧିକ ୫୮୯ ଜଣ ନୂଆ କରୋନା ରୋଗୀ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧାରୁ ୪୭୪ ଜଣ ଏବଂ ଗଂଜାମରୁ ୧୭୯ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

publive-image

ସେପଟେ ଆଜି ଚହ୍ନଟ ହୋଇଥିବା ନୂଆ ଆକ୍ରାନ୍ତ ମଧ୍ୟରେ ଅନୁଗୁଳରୁ ୧, ବାଲେଶ୍ୱରରୁ ୮୮, ବରଗଡରୁ ୬୨, ଭଦ୍ରକରୁ ୬୬, ବଲାଙ୍ଗିରରୁ ୫୭, ବୌଦ୍ଧରୁ ୩, ଦେବଗଡରୁ ୨, ଢେଙ୍କାନଳରୁ ୧୩, ଜଗପତିରୁ ୩, ଜଗତସିଂହପୁରରୁ ୫୧, ଯାଜପୁରରୁ ୨୧୫, ଝାରସୁଗୁଡାରୁ ୨୦, କଳାହାଣ୍ଡିରୁ ୩୦, କନ୍ଧମାଳରୁ ୩୪, କେନ୍ଦ୍ରାପଡାରରୁ ୫୬, କେନ୍ଦୁଝରରୁ ୩୦, କୋରାପୁଟରୁ ୧୮୧, ମାଲକାନଗିରିରୁ ୭୮, ମୟୂରଭଂଜରୁ ୧୫୬, ନବରଙ୍ଗପୁରରୁ ୨୬, ନୟାଗଡରୁ ୯୩, ନୂଆପଡାରୁ ୨, ପୁରୀରରୁ ୮୬, ରାୟଗଡାରୁ ୧୪୩, ସମ୍ବଲପୁରରୁ ୧୦୪ , ସୋନପୁରରୁ ୨୬ ଏବଂ ସୁନ୍ଦରଗଡରୁ ୮୧ ଜଣ ନୂଆ ।କ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

publive-image

ତେବେ ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟର ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୮୧ ହଜାର ୪୭୯କୁ ବୃଦ୍ଧି ପାଇଥିବା ବେଳେ ଏମାନଙ୍କ ମଧ୍ୟରୁ ୫୪ ହଜାର ୪୦୫ ଜଣ ଆକ୍ରାନ୍ତ କରୋନା ମହାମାରୀକୁ ମାତ୍ ଦେଇ ସୁସ୍ଥ ହୋି ଘରକୁ ଫେରିଲେଣି । ଏବଂ ଏବେବି ୨୬ ହଜାର ୬୦୨ ଜଣ କରୋନା ଆକ୍ରାନ୍ତ ରାଜ୍ୟର ବିଭିନ୍ନ କୋଭିଡ ମେଡିକାଲରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe