କନକ ବ୍ୟୁରୋ : କ୍ରମାଗତ ଭାବେ ଭୁବନେଶ୍ୱରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମ୍ ହେଉଥିବା ନଜର ଆସିଛି । ଗତ ୨୪ ଘଂଟା ମଧ୍ୟରେ ଭୁବନେଶ୍ୱରରୁ ୨୦୧ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୬୪ ଜଣ ସଂଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୧୫୭ ଟି ଲୋକାଲ କେସ୍ ରହିଛି । ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦିଆଯାଇଛି । ଅନ୍ୟପଟେ ଆଜି ଭୁବନେଶ୍ୱରରୁ ୨୯୨ ଜଣ ସୁସ୍ଥ ହୋଇଛନ୍ତି ।
କହିରଖୁ କି ସୂଚନା ମୁତାବକ ଆଜି ପର୍ଯ୍ୟନ୍ତ ଭୁବନେଶ୍ୱରରୁ ମୋଟ ୨୮,୧୧୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୨୫,୩୫୨ ଜଣ ସୁସ୍ଥ ହୋଇଛନ୍ତି । ଏହା ସହ ୨,୫୯୧ ଜଣ ଆକ୍ରାନ୍ତ ଏବେ ବି ଚିକିତ୍ସିତ ହେଉଛନ୍ତି । ସେପଟେ ଭୁବନେଶ୍ୱରରୁ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୪୬ ରେ ପହଂଚିଛି ।
ଗତ ୨୪ ଘଂଟା ମଧ୍ୟରେ ଭୁବନେଶ୍ୱରରୁ ୨୦୧ ଜଣ ନୂଆ ସଂକ୍ରମିତ ଚିହ୍ନଟ, ୨୯୨ ସୁସ୍ଥ
/kanak/media/post_attachments/wp-content/uploads/2020/09/30-11.jpg)