ବଲାଙ୍ଗୀରରୁ ଚିହ୍ନଟ ହେଲେ ଆଉ ୨ କରୋନା ପଜିଟିଭ୍ । ୮୩୦ରେ ପହଞ୍ଚିଲା ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ।

735

କନକ ବ୍ୟୁରୋ : ରାଜ୍ୟରେ ଚିହ୍ନଟ ହୋଇଛନ୍ତି ଆଉ ୨ କରୋନା ପଜିଟିଭ୍ । ୨ ଜଣ ଆକ୍ରାନ୍ତ ବଲାଙ୍ଗୀରର ହୋଇଥିବା ସୂଚନା ମିଳିଛି । ତେବେ ବଲାଙ୍ଗୀରରେ ଏପର୍ଯ୍ୟନ୍ତ ମୋଟ୍ ୬ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ମିଳିଥିବା ସୂଚନା ଅନୁସାରେ, ୨ ଜଣ ଯାକ ଆକ୍ରାନ୍ତ ନିକଟରେ ସୁରତରୁ ଫେରିଥିଲେ । ନମୂନା ପରୀକ୍ଷା ପରେ ସେମାନେ କରୋନା ଭୂତାଣୁରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି ।

ତେବେ ରାଜ୍ୟରେ ଆଜି ଗୋଟିଏ ଦିନରେ ୯୩ ନୂଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଆଜି ୯୩ ଆକ୍ରାନ୍ତ ଚିହ୍ନଟ ପରେ ରାଜ୍ୟରେ ମୋଟ୍ ଆକ୍ରାନ୍ତ ସଂଖ୍ୟା ୮୩୦କୁ ବୃଦ୍ଧି ପାଇଛି । ଏହି ୯୩ ଜଣ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ଭଦ୍ରକରେ ୨୮, ବାଲେଶ୍ୱରରେ ୧୭, ଗଂଜାମ ୧୫, କଟକ ୧୨, ପୁରୀ ୭, କେନ୍ଦୁଝର ୪, ଖୋର୍ଦ୍ଧା ୩, ବଲାଙ୍ଗିର ୪, କେନ୍ଦ୍ରପଡା, ସୁନ୍ଦରଗଡ ଓ ସମ୍ବଲପୁରରେ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।