ଭୁବନେଶ୍ୱରରେ ଭୂତାଣୁର ଭୟଙ୍କର ରୂପ । ମାଡୁଛି ଭାଇରସ, ବଢୁଛି ଆକ୍ରାନ୍ତଙ୍କ ସଂଖ୍ୟା । ଆଜି ପୁଣି ୧୨୬ ଜଣ କରୋନା ପଜିଟିଭ୍ । ମୁଣ୍ଡ ବିନ୍ଧାଇଲା ମଞ୍ଚେଶ୍ୱରର ଅଟାକଳ ।

Advertisment
ଭୁବନେଶ୍ୱରରେ ଭୂତାଣୁର ଭୟଙ୍କର ରୂପ । ମାଡୁଛି ଭାଇରସ, ବଢୁଛି ଆକ୍ରାନ୍ତଙ୍କ ସଂଖ୍ୟା । ଆଜି ପୁଣି ୧୨୬ ଜଣ କରୋନା ପଜିଟିଭ୍ । ମୁଣ୍ଡ ବିନ୍ଧାଇଲା ମଞ୍ଚେଶ୍ୱରର ଅଟାକଳ ।

କନକ ବ୍ୟୁରୋ: ରାଜଧାନୀ ଭୁବନେଶ୍ୱରରେ ଆଜି ୧୨୬ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏଥିରୁ ୯୩ ଜଣ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଥିବା ବେଳେ ୩୩ ଜଣ ସ୍ଥାନୀୟ ସଂକ୍ରମିତ ଅଛନ୍ତି।

ଭୁବନେଶ୍ୱରରେ ଗତ ମାର୍ଚ୍ଚ ୧୫ ତାରିଖରେ ବିଦେଶ ଫେରନ୍ତା ଜଣେ ଯୁବକ ପ୍ରଥମ କରୋନା ପଜିଟିଭ ଭାବେ ଚିହ୍ନଟ ହୋଇଥିଲେ। ଏଯାଏଁ ଭୁବନେଶ୍ୱରରେ ୧୪୬୯ ଜଣ କରୋନା ପଜିଟିଭ ଚିହ୍ନଟ ହୋଇସାରିଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରୁ ୮୦୫ ଜଣ ସୁସ୍ଥ ହୋଇଥିବା ବେଳେ ୬୫୧ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି। କିନ୍ତୁ ଦୁଃଖର କଥା ହେଲା ଯେ, ୧୧ ଜଣଙ୍କର ମୃତ୍ୟୁ ହୋଇଛି।

ମଂଚେଶ୍ୱରସ୍ଥିତ ଏକ ଅଟାକଳରୁ ୩୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନେ ପୂର୍ବରୁ କରୋନା ଚିହ୍ନଟ ହୋଇଥିବା ବ୍ୟକ୍ତିମାନଙ୍କର ସଂସ୍ପର୍ଶରେ ଆସିଥିଲେ। ଚନ୍ଦ୍ରଶେଖରପୁର ସ୍ଥିତ ୭ମ ବାଟାଲିଅନରୁ ୯ ଜଣ, ୟୁନିଟ-୨ର ଏମଜି ରୋଡ଼ ନିକଟରୁ ୫ ଜଣ ମହିଳାଙ୍କ ସମେତ ୭ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେହିଭଳି ରସୁଲଗଡ଼ର ଓସିସି କଲୋନିରୁ ଜଣେ ମହିଳାଙ୍କ ସମେତ ୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ନୟାପଲ୍ଲୀ ନୂଆସାହିରୁ ଜଣେ ୫୦ ବର୍ଷୀୟ ମହିଳା, ଲକ୍ଷ୍ମୀବିହାରରୁ ଜରେ ୨୦ ବର୍ଷୀୟ ମହିଳା, ୟୁନିଟ-୮ସ୍ଥିତ ଡିଏଭି ସ୍କୁଲ ନିକଟରୁ ଜଣେ ୩୯ ବର୍ଷୀୟ ପୁରୁଷ, ପାତ୍ରପଡ଼ାରୁ ଜଣେ ୩୦ ବର୍ଷୀୟ ଯୁବକ, ଗଜପତି ନଗରରୁ ଜଣେ ୨୬ ବର୍ଷୀୟ ଯୁବକ, ରାଜମହଲ ଛକ ନିକଟରୁ ନିର୍ମାଣାଧୀନ ଏକ କମ୍ପାନିରୁ ୨୮ ବର୍ଷୀୟ ଜଣେ ପୁରୁଷ, ରିଜର୍ଭ ପୁଲିସ କଲୋନିରୁ ୩ ଜଣ ପୁରୁଷ (୨୫, ୩୮ ଓ ୩୦ ବର୍ଷ), ଏକ ଘରୋଇ ହସପିଟାଲରୁ ୪ ଜଣ ପୁରୁଷ (୨୦, ୩୨ ବର୍ଷିଅ ୨ଜଣ ଓ ୨୯ ବର୍ଷ) କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନେ ସମସ୍ତେ ପୂର୍ବରୁ ଚିହ୍ନଟ କରୋନା ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe