୧୦୦ ଟଙ୍କିଆ ନୋଟର ହେବ ନବକଳେବର ! ମେ କିମ୍ବା ଜୁନ ମାସରେ ବଜାରକୁ ଆସିପାରେ ନୂଆ ନୋଟ, ଜାଣନ୍ତୁ ନୂଆ ନୋଟ ବିଷୟରେ କିଛି ତଥ୍ୟ

Advertisment
୧୦୦ ଟଙ୍କିଆ ନୋଟର ହେବ ନବକଳେବର ! ମେ କିମ୍ବା ଜୁନ ମାସରେ ବଜାରକୁ ଆସିପାରେ ନୂଆ ନୋଟ, ଜାଣନ୍ତୁ ନୂଆ ନୋଟ ବିଷୟରେ କିଛି ତଥ୍ୟ

୧୦୦ ଟଙ୍କିଆ ନୋଟର ହେବ ନବକଳେବର । ମେ କିମ୍ବା ଜୁନ ସୁଦ୍ଧା ଭାରତୀୟ ରିଜର୍ଭ ବ୍ୟାଙ୍କ ବଜାରକୁ ୧୦୦ ଟଙ୍କିଆ ନୂଆ ନୋଟ ଛାଡିପାରେ । ଏହି ନୂଆ ନୋଟର ରଙ୍ଗ ଓ ଆକାରରେ କିଛି ମାତ୍ରାରେ ପରିବର୍ତ୍ତନ କରାଯିବ । ଏଥିପାଇଁ ସମସ୍ତ ପ୍ରକାର ଏକରକମ ଶେଷ ହୋଇଛି । ନୂଆ ୧୦୦ ଟଙ୍କିଆ ନୋଟ ବଜାରକୁ ଆସିବା ଦ୍ୱାରା ଖୁଚୁରା ଟଙ୍କାକୁ ନେଇ ଯେଉଁ ଅସୁବିଧା ଦେଖାଦେଇଛି ତାହା ଦୂର ହୋଇଯିବ ।ଏହାଛଡା ବଜାରରେ ଥିବା ଚିରା, ଫଟା ନୋଟର ସଂଖ୍ୟା ମଧ୍ୟ ହ୍ରାସ ପାଇବ ।ଖୁବଶୀଘ୍ର ରିଜର୍ଭ ବ୍ୟାଙ୍କ ଏହି ନୂଆ ନୋଟ ଜାରି କରିବ । ନୂଆ ନୋଟର ଡିଜାଇନ ପ୍ରସ୍ତୁତ ହୋଇସାରିଛି । ଆଗାମୀ ୩ ମାସ ମଧ୍ୟରେ ଏହି ନୂଆ ନୋଟ ଲୋକଙ୍କ ପକେଟରେ ଥିବ ।

publive-imageବିମୁଦ୍ରାକରଣ ପରେ ଆରବିଆଇ ନୂଆ ୨୦୦୦,୫୦୦,୨୦୦,୫୦ ଓ ୧୦ ଟଙ୍କିଆ ନୋଟ ଜାରି କରିସାରିଛି । ଏହି କ୍ରମରେ ଏବେ ଏବେ ନୂଆ ୧୦୦ ଟଙ୍କିଆ ନୋଟ ବଜାରକୁ ଆଣିବାକୁ ପ୍ରସ୍ତୁତ ହେଉଛି ଆରବିଆଇ ।ସୁତ୍ର ଅନୁଯାୟୀ, ନୂଆ ନୋଟର ରଙ୍ଗରେ ବିଶେଷ ପରିବର୍ତ୍ତନ କରାଯିବ ନାହିଁ । ନୂଆ ୧୦୦ ଟଙ୍କିଆ ନୋଟର ରଙ୍ଗ ହାଲକା ନୀଳ ରହିବ । ନୋଟର ପଛ ପାଶ୍ୱର୍ରେ ବିଶ୍ୱଦାୟ ସ୍ମାରକ ରହିବ । ନୋଟର ଲମ୍ବ ଓ ଚଉଡା ପୁରୁଣା ନୋଟ ଠାରୁ ଛୋଟ ରହିବ । ଏହାଛଡା ପୁରୁଣା ନୋଟର ଓଜନ ଠାରୁ ନୂଆ ନୋଟର ଓଜନ ୨୦ ପ୍ରତିଶତ କମ ରହିବ । ଏହି ନୂଆ ନୋଟ ଜୁନ ମାସରେ ଲଞ୍ଚ ହୋଇପାରେ ।

ନୂଆ ୧୦୦ ଟଙ୍କିଆ ନୋଟ ଭାରତର କାଗଜରେ ପ୍ରସ୍ତୁତ କରାଯାଉଛି । ବିମୁଦ୍ରାକରଣ ପରେ ନୋଟ ଛପାଇବା ପାଇଁ ଆରବିଆଇ ଭାରତୀୟ କାଗଜର ବ୍ୟବହାର କରୁଛି । ଏହାପୂର୍ବରୁ ନୋଟ ଛପାଇବା ପାଇଁ ବିଦେଶୀ କାଗଜ ଉପରେ ନିର୍ଭର କରିବାକୁ ପଡୁଥିଲା । ନୂଆ ୧୦୦ ଟଙ୍କିଆ ନୋଟରେ ହାଇ ସିକ୍ୟୁରିଟି ଫିଚର ରହିବ । ଏହାଛଡା ଅତିରିକ୍ତ ୨୦ ସିକ୍ୟୁରିଟି ଫିଚର ରହିବ । ଯାହାକୁ ୟୁଭି ଲାଇଟରେ ଦେଖି ହେବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe