ବାପା ଆମକୁ ରାଜନୀତିରୁ ଦୂରେଇ ରଖୁଥିଲେ, ରାଜନୀତିକୁ କେବେ ଆସିବି ବୋଲି ଭାବିନଥିଲି । ମଞ୍ଚ ଉପରେ ମହାରଥୀଙ୍କୁ ମନେ ପକାଇଲେ ରୁଦ୍ର ।

514

କନକ ବ୍ୟୁରୋ : କନକ ନ୍ୟୁଜର ନ୍ୟୁଜ୍ ମେକର ୨୦୨୧ ଶେଷ ହୋଇଛି । ୨୦୨୧ର ନ୍ୟୁଜ ମେକର କାର୍ଯ୍ୟକ୍ରମରେ ୩ ଜଣ ଚର୍ଚ୍ଚିତ ବ୍ୟକ୍ତିତ୍ୱଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ଏହି କାର୍ଯ୍ୟକ୍ରମରେ ପ୍ରଥମେ ଯୁବ ବିଜେଡି ବିଧାୟକ ରୁଦ୍ର ମହାରଥୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ପରେ ରୁଦ୍ର କହିଥଇଲେ, ମୁଁ ରାଜନୀତିକୁ କେବେ ଆସିବି ସେକଥା ଭାବି ନଥିଲି । ପ୍ରଦୀପ ମହାରଥୀଙ୍କ ୪୦ବର୍ଷର ରାଜନୈତିକ କ୍ୟାରିୟର ଥିଲା। ବାପା ଆମକୁ ରାଜନୀତିଠାରୁ ଦୂରେଇ ରଖିଥିଲେ। ରାଜନୀତିକୁ କେବେ ଆସିବି ବୋଲି ଭାବି ନ ଥିଲି।

ବାପାଙ୍କ ଦେହାନ୍ତ ପରେ ପିପିଲି-ଡେଲାଙ୍ଗ ଲୋକମାନେ ରୁଦ୍ର ମହାରଥୀ ବିଧାୟକ ହୁଅନ୍ତୁ ବୋଲି ଦାବି କରିଥିଲେ। ସ୍ବଗର୍ତ ମହାରଥୀ ମାଟି ପାଇଁ କାମ କରିଥିଲେ ବୋଲି ଜନସାଧାରଣ ତାଙ୍କୁ ୭ଥର ବିଧାୟକ ଭାବେ ନିର୍ବାଚିତ କରିଥିଲେ। କୋଭିଡ ସମୟରେ ଆମ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ବାପାଙ୍କ ଦେହ ଅସୁସ୍ଥ ଥିଲା କୋଭିଡ ହେବା ଭୟରେ ମା’ ଓ ମୁଁ ବାପାଙ୍କୁ ଅଟକାଇଥିଲା। ହେଲେ ସେ କହିଥିଲେ ଏ ମାଟିରୁ ମୁଁ ପରିଚୟ ପାଇଛି, ମାଟିର ସୁଖଦୁଃଖରେ ଛିଡ଼ା ନ ହେଲେ ମୋର ଦାୟିତ୍ବ ଠିକ୍ ଭାବେ ତୁଲାଇପାରିଲି ନାହିଁ। ଏହା କହିବା ସହ ବନ୍ୟାଞ୍ଚଳ ବୁଲି ଦେଖିଥିଲେ ଆଉ ପରେ କୋଭିଡରେ ସଂକ୍ରମିତ ହୋଇଥିଲେ ।

ଟିକେଟ୍ ପାଇବା ଓ ବିଜୟୀ ହେବା ପରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ଯାଇଥିଲି। ମୁଖ୍ୟମନ୍ତ୍ରୀ ମତେ ଲୋକଙ୍କ ସୁଖଦୁଃଖରେ ଠିଆ ହେବା ସହିତ ବାପା ଯେଭଳି ମାଟି ପାଇଁ କାମ କରୁଥିଲେ ସେମିତି କାମ ଜାରି ରଖିବାକୁ କହିଥିଲେ। ମୁଁ ବାପାଙ୍କ ପାଖରୁ ଅନେକ କଥା ଶିଖିଛି ତାହାକୁ ଲୋକଙ୍କ ସେବାରେ ନିଶ୍ଚୟ ଲଗାଇବି । ଶେଷ ପର୍ଯ୍ୟାୟରେ ସୁନ୍ଦରଗଡ଼ର ଆଶା କର୍ମୀ ଆଥିଲଡା କୁଲୁ ଓ ୟୁଟ୍ୟୁବ୍ ସେନ୍ସେନ୍ ଇଶାକ ମୁଣ୍ଡାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଆଗ ଧାଡିର କୋଭିଡ୍ ଯୋଦ୍ଧା ଭାବେ ପ୍ରମୁଖ ଭୁମିକା ଗ୍ରହଣ କରିଛନ୍ତି ଆଥିଲଡା କୁଲୁ । ସୁନ୍ଦରଗଡ଼ର ଏହି ଆଶା କର୍ମୀ ସମ୍ମାନ ଜନକ ଫୋବର୍ସ ଇଣ୍ଡିଆ ଶକ୍ତିଶାଳୀ ମହିଳା ତାଲିକାରେ ସ୍ଥାନ ପାଇଛନ୍ତି । ସେହିପରି ଇଶାକ ମୁଣ୍ଡାଙ୍କୁ ଲକ୍ଡାଉନ୍ ବେଳେ ୟୁଟ୍ୟୁବ୍ ଦେଇଛି ସ୍ୱତନ୍ତ୍ର ପରିଚୟ । ୟୁଟ୍ୟୁବ୍ରୁ ସେ ଲକ୍ଷାଧିକ ଟଙ୍କା ରୋଜଗାର କରୁଛନ୍ତି । ନ୍ୟୁଜ ମେକର କାର୍ଯ୍ୟକ୍ରମରେ ଏମାନେ ସମସ୍ତେ ନିଜର ଅନୁଭୂତି କହିଥିଲେ ।