ଖାଲି ପେଟରେ ଖାଆନ୍ତୁ ନାହିଁ ଏସବୁ ଜିନିଷ । ହୋଇପାରେ ସମସ୍ୟା ।

423

କନକ ବ୍ୟୁରୋ: ସ୍ୱାସ୍ଥ୍ୟ ହିଁ ସମ୍ପଦ । ସନ୍ତୁଳିତ ଖାଦ୍ୟ ଖାଇବା ସୁସ୍ଥ ଶରୀର ପାଇଁ ନିହାତି ଜରୁରୀ । ଖାଦ୍ୟପେୟରେ ଅନିୟମିତତା ଦେଖାଦେଲେ ବିଭିନ୍ନ ପ୍ରକାର ରୋଗ ଦେଖାଦେବା ସ୍ୱାଭାବିକ । ହେଲେ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି କେଉଁ ଖାଦ୍ୟ କେଉଁ ସମୟରେ ଖାଇବା ଉଚିତ ସେ ବିଷୟରେ ଧାରଣା ରହିବା ନିହାତି ଜରୁରୀ । ଏପରି କିଛି ଫଳ ବା ଖାଦ୍ୟ ରହିଛି ଯାହାକୁ ଖାଲି ପେଟରେ ଖାଇବା ଦ୍ୱାରା ସମସ୍ୟା ହୋଇଥାଏ । ଆସନ୍ତୁ ସଂକ୍ଷେପରେ ଏ ବିଷୟରେ ଜାଣିବା  ।

କନ୍ଦମୂଳ: କନ୍ଦମୂଳ ଏକ ଶ୍ୱେତସାର ଜାତୀୟ ଖାଦ୍ୟ । ଏହାକୁ ଶୀତଦିନେ ଖାଇଲେ ଶରୀରକୁ ଉଷ୍ମ ରଖିଥାଏ । କିନ୍ତୁ ମନେରଖନ୍ତୁ ଏହାକୁ ଖାଲି ପେଟରେ ଖାଇଲେ ଏଥିରେ ଥିବା ପେକ୍ଟିନ୍ ନାମକ ତତ୍ତ୍ୱ ପେଟରେ ଗ୍ୟାସ ସମସ୍ୟା ସୃଷ୍ଟି କରିଥାଏ ।

ଖଟାଫଳ: ଖାଲି ପେଟରେ ଖଟା ଯୁକ୍ତ କିଛି ଫଳ ଖାଇବା ଅନୁଚିତ । ଯେପରି ଲେମ୍ବୁ, କମଳା ପରି ଖଟା ଯାତୀୟ ଫଳ ଖାଇବା ଅନୁଚିତ ।ଏହାକୁ ଖାଲିପେଟରେ ଖାଇଲେ ଗ୍ୟାସ ସମସ୍ୟା ଦେଖାଯାଏ ।

ମସଲା ଯୁକ୍ତ ଖାଦ୍ୟ: ସାଧରଣତଃ ଆମେ ମଧ୍ୟାହ୍ନ ଖାଦ୍ୟରେ ମସଲା ଯୁ କ୍ତ ଖାଦ୍ୟ ଖାଇଥାଉ । କିନ୍ତୁ ଅନେକ ସମୟରେ ଖାଲିପେଟ ଥିବା ବେଳେ ସକାଳୁ ପ୍ରଥମେ ଜଳଖିଆ ଖାଇବା ସମୟରେ କିଛି ଏପରି ଖାଦ୍ୟ ଖାଇଥାଉ ଯେଉଁଥିରେ ମସଲା ବ୍ୟବହାର ହୋଇଥାଏ । ଫଳରେ ଗ୍ୟାସ ସମସ୍ୟା ଦେଖାଦେବା ସହ ଛାତି ଜଳାପୋଡା ହୋଇଥାଏ ।

କଦଳୀ: ଅନେକ ସକାଳ ଖାଇବା ସମୟରେ କିଛି ଫଳ ଖାଇବାକୁ ଭଲ ପାଆନ୍ତି । ହେଲେ ଏଥିରେ କେବେହେଲେ କଦଳୀକୁ ସାମିଲ କରନ୍ତ ନାହିଁ । ଯଦିଓ ଏହାକୁ ଓଜନ ବଢାଇବା ପାଇଁ ଖାଇବାକୁ ପସନ୍ଦ କରନ୍ତି । ହେଲେ ଏହାକୁ ଖାଲି ପେଟରେ ଖାଇଲେ ଗ୍ୟାସ ସମସ୍ୟା ସୃଷ୍ଟି ହୁଏ । ବରଂ ଏହାକୁ ଖାଦ୍ୟ ଖାଇବା ପରେ ହିଁ ଖାଆନ୍ତୁ , ଫଳରେ ଏହା ଶରୀର ଉପରେ ଭଲ ପ୍ରଭାବ ପକାଇବ ।