କନକ ବ୍ୟୁରୋ: ବରିଷ୍ଠ ସ୍ନାୟୁରୋଗ ବିଶେଷଜ୍ଞ ପ୍ରଫେସର ସନାତନ ରଥଙ୍କ ହୃଦଘାତରେ କଟକରେ ପରଲୋକ ହୋଇଯାଇଛି । ମୃତ୍ୟୁବେଳକୁ ତାଙ୍କୁ ୮୭ ବର୍ଷ ହୋଇଥିଲା । ରାଜ୍ୟରେ ଜଣେ ଜଣାଶୁଣା ଡାକ୍ତରଭାବେ ସେ ପ୍ରସିଦ୍ଧ ଲାଭ କରିଥିଲେ । କଟକ ନ୍ୟୁରୋ ସର୍ଜରୀ ବିଭାଗର ସେ ମୁଖ୍ୟ ଭାବେ ବି କାର୍ଯ୍ୟ କରିଥିଲେ । ସନାତନ ରଥଙ୍କ ଜନ୍ମ ୧୯୩୪ ମସିହା ଜୁଲାଇ ୨୫ ତାରିଖରେ ହୋଇଥିଲା ।

Advertisment

publive-image

ଭେଲୋରରୁ ଡାକ୍ତରୀ ଶିକ୍ଷା ସମାପ୍ତ ପରେ ସେ ୧୯୬୫ ମସିହାରେ କଟକ ଏସସିବି ମେଡିକାଲ କଲେଜର ନ୍ୟୁରୋସର୍ଜରୀ ବିଭାଗରେ ଆସିଷ୍ଟାଂଟ ପ୍ରଫେସର ଭାବରେ ଯୋଗଦେଇଥିଲେ । ଦୀର୍ଘ ସମୟ ଧରି ସେ ଏହି ବିଭାଗର ମୁଖ୍ୟ ଭାବେ ବି କାମ କରିଥିଲେ । ୧୯୯୧ ମସିହାରେ ସନତାନ ରଥଙ୍କୁ ରାଜ୍ୟ ମେଡିକାଲ ଏଜୁକେଶନର ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦିଆଯାଇଥିଲା ।

publive-image

ଡା.ରଥ ୧୯୩୪ ମସିହା ଜୁଲାଇ ୨୫ ତାରିଖରେ ଜନ୍ମଗ୍ରହଣ କରିଥିଲେ। ୧୯୫୭ ମସିହାରେ ଉତ୍କଳ ବିଶ୍ବବିଦ୍ୟାଳୟରୁ ଏମ୍‌ବିବିଏସ୍‌ ଡିଗ୍ରି ହାସଲ କରିଥିଲେ। ୧୯୬୨ରେ ପାଟ୍‌ନା ବିଶ୍ବବିଦ୍ୟାଳୟର ସର୍ଜରି ବିଭାଗରୁ ସ୍ନାତକୋତ୍ତର ଶିକ୍ଷା ଲାଭ କରିଥିଲେ। ଏହାପରେ ୧୯୬୫ରେ ସେ ଭେଲୋର୍‌ ମେଡିକା‌ଲ୍‌ କଲେଜ୍‌ରୁ ନ୍ୟୁରୋସର୍ଜରିରେ ସ୍ନାତକୋତ୍ତର କରିିଥିଲେ। ୧୯୬୫ ମସିହାରେ କଟକର ଶ୍ରୀରାମ ଚନ୍ଦ୍ର ଭଞ୍ଜ ମେଡିକାଲ୍‌ କଲେଜରେ ସେ ସହକାରୀ ପ୍ରଫେସର୍‌ ଭାବେ ବୃତ୍ତିଗତ ଜୀବନ ଆରମ୍ଭ କରିଥିଲେ। ୧୯୯୧ ମସିହାରେ ଡକ୍ଟର ରଥ ଡିଏମ୍‌ଇଟିର ନିର୍ଦ୍ଦେଶକ ଭାବେ ଅବସର ଗ୍ରହଣ କରିଥିଲେ।