କରୋନାକୁ ନେଇ ଏମ୍ସ ପୂର୍ବତନ ନିର୍ଦ୍ଦେଶକଙ୍କ ବଡ଼ ବୟାନ । କହିଲେ, ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧିକୁ ଦେଖି ଲାଗୁଛି ହୋଇପାରେ ଗୋଷ୍ଠୀ ସଂକ୍ରମଣ । ସାବଧାନତା ସହ ପୂର୍ବ କଟକଣା ଲଗେଇବାର ରହିଛି ଆବଶ୍ୟକତା ।

612

କନକ ବ୍ୟୁରୋ: ରାଜ୍ୟରେ କରୋନା ସଂକ୍ରମଣକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଏମ୍ସର ପୂର୍ବତନ ନିର୍ଦ୍ଦେଶକ ଡାକ୍ତର ଅଶୋକ ମହାପାତ୍ର । ଦେଶ ଓ ରାଜ୍ୟରେ ଏବେ ବଢିବାରେ ଲାଗିଛି କରୋନା ସଂକ୍ରମଣ । ଏବେ ଯେଭଳି ଭାବରେ ଆକ୍ରାନ୍ତ ସଂଖ୍ୟା ବଢୁଛି ଜଣାପଡୁଛି ଗୋଷ୍ଠୀ ସଂକ୍ରମଣ ହୋଇପାରେ । ତେଣୁ ଏଥିପାଇଁ ସାବଧାନତା ଜରୁରୀ । ପୂର୍ବପରି କଟକଣା ଜାରି ହେବାର ଆବଶ୍ୟକତା ରହିଛି ।

ଶନିବାର ଓ ରବିବାର ସଟଡାଉନ୍ ରହିବା ଉଚିତ୍ । ଅଫିସ ଗୁଡିକରେ କାମକୁ ଦୁଇଟି ସିଫ୍ଟରେ ଅଳ୍ପ ଲୋକ ବ୍ୟବହାର କରି କରାଯିବା ଆବଶ୍ୟକତା ରହିଛି । ବସ୍ତିରେ ସଂକ୍ରମଣ ଅଧିକ ବ୍ୟାପିବାର ଆଶଙ୍କା ଥିବାରୁ ଏଥିପ୍ରତି ବିଶେଷ ନଜର ଦେବା ଆବଶ୍ୟକ ବୋଲି କହିଛନ୍ତି ଡାକ୍ତର ଅଶୋକ ମହାପାତ୍ର । ଏହା ସହ ଜୁଲାଇ କିଂବା କେଉଁ ମାସରେ କରୋନା ପିକ୍ ସମୟ ହେବ ଏହା ବି କହିବା ମୁସ୍କିଲ୍ ବୋଲି ସେ କହିଛନ୍ତି ।

ତେବେ ସଂକ୍ରମଣର ମାତ୍ରା ଆହୁରି ଅଧି ବଢ଼ିବ ବୋଲି କହିଛନ୍ତି ଡକ୍ଟର ମହାପାତ୍ର । ଜୁଲାଇ କି ଅଗଷ୍ଟରେ କରୋନା ମିଟର ବଢ଼ିବ ତାହା କହିବା ବଡ଼ ମୁସ୍କିଲ୍ । ସପ୍ତାହକୁ ୨ ଦିନ ସଟଡାଉନ୍ ନିହାତି ଦରକାର, ସରକାରୀ ଦଫ୍ତର ହେଉ କି ପ୍ରାଇଭେଟ୍ ସବୁଠି ଦୁଇଟି ଲେଖାଏଁ ସିଫ୍ଟ କରି କାମ କରିବା ଆବଶ୍ୟକ । ଏବେ ବି ଆମେ କଣ୍ଟାକ୍ଟ ଟ୍ରେସିଂ କରିପାରୁନେ ତେଣୁ ଆଶଙ୍କା ରହିବା କଥା ହୁଏତ ଆମେ ଗୋଷ୍ଠୀ ସଂକ୍ରମଣ ଆଡକୁ ଗତି କରୁଛେ ବୋଲି କହି ପୂର୍ବରୁ ସତର୍କ କରାଇଛନ୍ତି ଡାକ୍ତର ଅଶୋକ ମହାପାତ୍ର ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ସମ୍ବାଦ ଓ କନକ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ‘ସମ୍ବାଦ’ ଗ୍ରୁପର ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

Comments are closed.