କନକ ବ୍ୟୁରୋ : ହାତରେ ମୋବାଇଲ୍ ଅଛି କିନ୍ତୁ ନାହିଁ ନେଟୱର୍କ। ଯେତେବେଳେ ସାରା ଦୁନିଆ ହାତରେ ମୋବାଇଲ ଅଛି କହି ଦେଶ ଦୁନିଆ ସହ ଯୋଗାଯୋଗ କରିପାରୁଛି, ସେତେବେଳେ କୋରାପୁଟ ସେମିଳିଗୁଡା ବ୍ଲକ ଚାରାଙ୍ଗୁଲ ପଂଚାୟତବାସୀ ଏହି ସେବା ପାଇବାରୁ ବଂଚିତ। ଦେଶ ଡିଜିଟାଲ ମୁହଁ ଅଗ୍ରସର ହେଉଛି। ହେଲେ ଚାରାଙ୍ଗୁଲ ପଂଚାୟତବାସୀ ପଛରେ ପଡି ଯାଇଛନ୍ତି। ଏହାକୁ ନେଇ ସ୍ଥାନୀୟ ସରପଂଚଙ୍କ ସମେତ ଗାଁ ଲୋକେ ଜିଲ୍ଲାପାଳଙ୍କ ନିକଟରେ ଫେରାଦ ହୋଇଛନ୍ତି । ବ୍ଲକଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ପାଖରେ ଲୋକେ ଅଭିଯୋଗ କରିଛନ୍ତି । କିନ୍ତୁ ସମସ୍ୟାର ସମାଧାନ ହୋଇପାରିନଥିବା ଅଭିଯୋଗ ହୋଇଛି। ଯଦି ଆଗାମୀ ଦିନରେ ମୋବାଇଲ୍ ନେଟୱର୍କ ସମସ୍ୟାର ସମାଧାନ ନହେବ ତାହେଲେ ଆଗାମୀ ଦିନରେ ବଡ଼ଧରଣର ଆନ୍ଦୋଳନ ହେବ ବୋଲି ପଂଚାୟବାସୀ କହିଛନ୍ତି।

Advertisment