କନକ ବ୍ୟୁରୋ: ବିକାଶର ବିକଳ ଚିତ୍ର । ଡାକ୍ତରଖାନା ପରିସରରେ ରହୁନି ନେଟୱାର୍କ । ତେଣୁ ସ୍ୱାସ୍ଥ୍ୟ କେନ୍ଦ୍ର ବଦଳରେ ଜଙ୍ଗଲରେ ରହୁଛି ୧୦୮ ଆମ୍ବୁଲାନ୍ସ । ଲୋକଙ୍କୁ ସର୍ବନିମ୍ନ ମୌଳିକ ସେବା ଯୋଗାଇବା ପାଇଁ ସରକାର ବହୁ ଯୋଜନା କରିଛନ୍ତି । କିନ୍ତୁ ପ୍ରଶାସନିକ ଅଧିକାରୀ ଓ ରାଜନୈତିକ ଇଚ୍ଛାଶକ୍ତି ଅଭାବ ଯୋଗୁଁ ଦୁର୍ଗମ ତଥା ଉପାନ୍ତ ଅଞ୍ଚଳରେ ଯୋଜନା ଗୁଡିକ ସଫଳ ରୂପାୟନ ହୋଇ ପାରୁନାହିଁ । ଯାହାର ଏକ ଉଦାହରଣ ଦେଖିବାକୁ ମିଳିଛି ରାୟଗଡା ଗୁଡ଼ାରୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ।

Advertisment

ହସ୍ପିଟାଲରେ ୧୦୮ ଆମ୍ବୁଲାନ୍ସ ସେବା ରହିବା କଥା । କିନ୍ତୁ ନେଟୱାର୍କ ଅଭାବରୁ ସ୍ୱାସ୍ଥ୍ୟ କେନ୍ଦ୍ର ଠାରୁ ୩ କିଲୋମିଟର ଦୂରରେ ଜଙ୍ଗଲ ନିକଟରେ ରହୁଛି । ଏହି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଉପରେ ୯ଟି ପଞ୍ଚାୟତର ଲୋକମାନେ ନିର୍ଭର କରନ୍ତି । ଆମ୍ବୁଲାନ୍ସର କର୍ମଚାରୀ ଦିନ ତମାମ ଆମ୍ବୁଲାନ୍ସକୁ ଜଗି ରହୁଛନ୍ତି । କାରଣ ସେହି ସ୍ଥାନରେ ହିଁ ମୋବାଇଲ ନେଟୱାର୍କ ରହୁଛି । କଲ୍ ଆସିବା ପରେ ବାହାରି ସମ୍ପୃକ୍ତ ସ୍ଥାନରେ ପହଞ୍ଚି ରୋଗୀଙ୍କୁ ଡାକ୍ତରଖାନା ଆଣୁଛନ୍ତି ।