କନକ ବ୍ୟୁରୋ : ଦୁର୍ଗମ ଅଂଚଳର ଦୁଃଖ କାହାଣୀ । ଏହି ଅଂଚଳରେ ଲୋକେ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ବିକାଶ ଅପହଂଚ ଥିବାବେଳେ ଏବେ ନେଟୱର୍କ ଯୋଗୁ ଚିନ୍ତା ବଢୁଛି । ନେଟୱର୍କ ଅଭାବରୁ ସ୍ୱାସ୍ଥ୍ୟକେନ୍ଦ୍ର ବଦଳରେ ଜଙ୍ଗଲରେ ରହୁଛି ୧୦୮ ଆମ୍ବୁଲାନ୍ସ । ରାୟଗଡା ପେନଡ଼ିଲି ପଂଚାୟତ ଗୌଡ଼ଢେପାଗୁଡ଼ାରେ ଏହିଭଳି ଚିତ୍ର ସାମନାକୁ ଆସିଛି । ଲୋକଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇବାକୁ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଥିଲେ ବି ନାହାନ୍ତି ଡାକ୍ତର । ଫାର୍ମାସିଷ୍ଟ ଭରସାରେ ଚାଲିଛି ରୋଗୀ ଦେଖା । କିଛି ମାସ ତଳେ ଏଠାରେ ୧୦୯ ଆମ୍ବୁଲାନ୍ସ ଦିଆଯାଇଥିଲା । । ହେଲେ ମୋବାଇଲ ନେଟୱର୍କ ନଥିବାରୁ ଆମ୍ବୁଲାନସକୁ ସ୍ୱାସ୍ଥ୍ୟକେନ୍ଦ୍ରଠାରୁ ୩ କିଲୋମିଟର ଦୂରରେ ଏକ ଜଙ୍ଗଲ ନିକଟରେ ରଖାଯାଉଛି । ଆମ୍ବୁଲାନ୍ସର କର୍ମଚାରୀ ଦିନ ତମାମ ଆମ୍ବୁଲାନ୍ସକୁ ଜଗି ରହୁଛନ୍ତି କାରଣ ସେହି ସ୍ଥାନରେ ହିଁ ମୋବାଇଲ ନେଟୱାର୍କ ରହୁଛି । ଗାଁକୁ ଯଥାଶୀଘ୍ର ନେଟୱର୍କ ସବୁିଧା ପାଇଁ ନିବେଦନ କରିଛନ୍ତି ଆମ୍ବୁଲାନ୍ସ କର୍ମଚାରୀ । ଆଗକୁ ଏହି ସମାଧାନ ନହେଲେ ରାଜରାସ୍ତାକୁ ଓହ୍ଲାଇବାର ଚେତାବନୀ ଦେଇଛନ୍ତି ।

Advertisment

ସେପଟେ ଉପାନ୍ତ ଅଂଚଳରେ ଟାୱାର ବସାଯିବ । ଯଥାଶୀଘ୍ର ଚାଲୁକରିବା ପାଇଁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯିବ ବୋଲି ମିଳିଛି ପ୍ରତିଶ୍ରୁତି ।

ନେଓଟ୍ୱର୍କ ସମସ୍ୟା ଯୋଗୁ ଗାଁର ଲୋକମାନେ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ତେଣୁ ଖୁବଶୀଘ୍ର ନେଟୱର୍କ ବ୍ୟବସ୍ଥା କରାଯାଇପାରିଲେ ଦୁର୍ଗମ ଅଂଚଳର ଲୋକେ ଉପକୃତ ହୋଇପାରିବେ ।