ପରିଣତ ବୟସରେ ସାହାରା ସାଜିଛି ଘଣା ତେଲ । ତେଲ ପେଡି ପେଟ ପୋଷୁଛନ୍ତି ନେତ୍ରାନନ୍ଦ

Advertisment
ପରିଣତ ବୟସରେ ସାହାରା ସାଜିଛି ଘଣା ତେଲ । ତେଲ ପେଡି ପେଟ ପୋଷୁଛନ୍ତି ନେତ୍ରାନନ୍ଦ

କନକ ବ୍ୟୁରୋ: ପରିଣତ ବୟସରେ ସାହାରା ସାଜିଛି ଘଣା ତେଲ । ବୟସ ୭୦ ଛୁଇଁଲାଣି ହେଲେ ସାହା ହେବାକୁ କେହି ନାହାନ୍ତି । ଆଜିକା ଯାନ୍ତ୍ରିକ ଯୁଗରେ ଘଣାରେ ତେଲ ପେଡି ପେଟ ପୋଷୁଛନ୍ତି କଟକ ଜିଲ୍ଲା ନରସିଂହପୁର ବ୍ଲକ କାନପୁର ଗାଁର ନେତ୍ରାନନ୍ଦ ସାହୁ । ରାଉରକେଲାରେ ଗ୍ୟାସ ଫାଟି ପୁଅ ଓ ନାତି ଆର ପାରିକୁ ଚାଲିଯାଇଛନ୍ତି । ଅଳ୍ପକେ ମୃତ୍ୟୁ ମୁଖରୁ ବର୍ତି ଯାଇ ଯାଇଥିବା ବୋହୂ ପର ଘର ପାଇଟି କରି ଭୁବନେଶ୍ୱରରେ ରହୁଛି । ପୈତୃକ ସଂପତିକୁ ବିକ୍ରି କରି ଦୁଇ ଝିଅକୁ ବିବାହ କରିଥିଲେ । ସ୍ତ୍ରୀ ୨୦୧୩ରେ ଦେହାନ୍ତ ପରଠୁ ଦୁନିଆରେ ଏକା ହୋଇଯାଇଛନ୍ତି ନେତ୍ରାନନ୍ଦ । ଏବେ ଶ୍ୱଶୂର ଘର ଜାଗାରେ ଘଣା ବସାଇ ତେଲ ପେଡି ଯାହା ରୋଜଗାର ସେଥିରେ ଚଳିଯାଆନ୍ତି । ଯାନ୍ତ୍ରିକ ଯୁଗରେ ମଧ୍ୟ ସେ ପାରମ୍ପରିକ କୌଶଳକୁ ଆପଣେଇ ପେଟ ପାଟଣା ଚଳାଇଛନ୍ତି । ସରକାରୀ ସହାୟତା ମିଳିଲେ ସେ ଉପକୃତ ହୋଇପାରନ୍ତେ ବୋଲି ଅଞ୍ଚଳବାସୀ କହିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe